• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ପୂର୍ବାନୁମାନ ଅନୁଯାୟୀ ପଶ୍ଚିମବଙ୍ଗ ସୁନ୍ଦରବନରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ଅମ୍ପନ। ପ୍ରକୃତିର କୋପରେ ଥରିଲା ପଶ୍ଚିମବଙ୍ଗର ମେଦିନିପୁର, ଦକ୍ଷିଣ ୨୪ ପ୍ରଗଣା ସମେତ ଉପକୂଳ ଅଞ୍ଚଳ।

IMD ସୂଚନା ଅନୁଯାୟୀ ଆଜି ପ୍ରାୟ ୩ଟା ୩୦ରୁ ୫ଟା୩୦ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁଥିଲା।ସାଗର ଦ୍ୱୀପର ନିକଟତର ହୋଇ ଏହା ଦିଘା ଏବଂ ବାଂଲାଦେଶର ହାତିଆ ମଝିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିଥିଲା ଅମ୍ପନ।

ଏହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଆଇଏମଡି ସୂଚନା ଅନୁଯାୟୀ ଆଉଟର  ଓ୍ୱାଲ କ୍ଲାଉଡ ବା ବାହ୍ୟ ଭାଗ ପ୍ରଥମେ ସ୍ଥଳଭାଗ ଛୁଇଁଥିଲା।

ଏହାର ଦୈର୍ଘ୍ୟ ପ୍ରାୟ ୧୨୦ କିଲୋମିଟର ରହିଥିଲା। ଏହି ସମୟରେ ବାତ୍ୟା ଅମ୍ପନର ଆଖି ପ୍ରାୟ ୪୦ କିଲୋମିଟର ବ୍ୟାସ ବିଶିଷ୍ଠ ଥିଲା। ଲ୍ୟାଣ୍ଡଫଲ ଆରମ୍ଭ ବେଳେ ଏହା ଘଣ୍ଟାପ୍ରତି ପ୍ରାୟ ୨୫ରୁ ୩୦ କିଲୋମିଟର ବେଗରେ ଗତି କରୁଥିଲା।

ବାତ୍ୟା ସ୍ଥଳଭାଗରେ ପ୍ରବେଶ କରୁଥିବାବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଗଷ୍ଟିଂ ସ୍ପିଡ୍ ୧୮୫ କିଲୋମିଟର ଥିବା IMD ପକ୍ଷରୁ ସୂଚନା ଦିଆଯାଇଛି।

https://youtu.be/nrdeAb_ffKc

Cyclone-amphan-imd-director-issues-fresh-warning
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories