ଦୁର୍ବଳ ହେଉଛି ‘ଅମ୍ପନ’; ମହାବାତ୍ୟାରୁ ହେଲା ଅତିଭୀଷଣ ବାତ୍ୟା

ଭୁବନେଶ୍ୱର: ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଘଣ୍ଟାକୁ ୧୫ କିମି ବେଗରେ ଆଗକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଏହାର ପ୍ରଭାବରେ ଆସନ୍ତା କାଲି ସକାଳଠାରୁ ସଂଧ୍ୟା ଯାଏ ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଦିଆଯାଇଛି। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବେଶି ପ୍ରଭାବ ପଡ଼ିବ। 

ଓଡ଼ିଶାରେ ଆଜି ରାତିରୁ କାଲି ସଂଧ୍ୟା ଯାଏ ଅଧିକ ପ୍ରଭାବ ରହିବ। ଏବେ ଏହା ପାରାଦୀପ ଠାରୁ ୪୮୦ କିଲୋମିଟର ଦୂରରେ ରହିଛି ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

You might also like