ଭୁବନେଶ୍ୱର : ଅାସନ୍ନ ଝଡ଼ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଡିପ୍ ଡିପ୍ରେସନ ଝଡ଼ବାତ୍ୟାରେ ରୂପାନ୍ତରିତ ହେବ । ଅାଜି ମଧ୍ୟରାତ୍ରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ ।
ସଂଧ୍ୟା ୫ଟା ପରେ ପବନ ବେଗ ବଢ଼ି ୬୦ରୁ ୮୦ କି.ମି ହେବ। ଗଂଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା ପ୍ରଭାବିତ ହେବ। ତଳିଅା ଅଞ୍ଚଳର ଲୋକଙ୍କୁ ଅାବଶ୍ୟକ ହେଲେ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତରଣ ପାଇଁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଅାଯାଇଛି। ବିଦ୍ୟୁତ, ଜଳ ଯୋଗାଣ ଅାଦି ବିଭାଗକୁ ଅାଲର୍ଟ କରାଯାଇଛି। ବଡ଼ ଧରଣର ବାତ୍ୟା ନୁହେଁ ବୋଲି କହିଲେ ମୁଖ୍ୟ ସଚିବ।
ବିଶେଷ କରି ଗଜପତି, ଗଂଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଜିଲ୍ଲାରେ ଅଧିକ କ୍ଷତି ଘଟିପାରେ ଅନୁମାନ କରାଯାଉଛି। କଚ୍ଚା ଘର ଭାଙ୍ଗିବା ସହ ଗଛ ଉପୁଡ଼ି ବିଦ୍ୟୁତ ବିଚ୍ଛିନ୍ନ ସମ୍ଭାବନା ରହିଛି।
ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଓଡ଼ିଶାର ସବୁ ବନ୍ଦରରେ ୩ ନମ୍ବର ସତର୍କ ସଂକେତ ଜାରି କରାଯାଇଛି।
https://youtu.be/qcXzq4NhDeI