• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ନିତିଦିନ ଅନ୍‌ଲାଇନ୍‌ ଠକେଇ ନେଇ ଅଭିଯୋଗ ଆସୁଛି। ଏ ଦିଗରେ ଠକଙ୍କୁ ଧରିବା ପାଇଁ ସାଇବର୍‌ ଏକ୍ସପର୍ଟ ବିଭିନ୍ନ ଟେକ୍‌ନିକ୍ ଅବଲମ୍ବନ କରି ଏହି ଠକମାନଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି। କିନ୍ତୁ ପୋଲିସ୍ ଆଖିରେ ଅଙ୍ଗୁଳି ଗେଞ୍ଜି ସବୁକିଛି ଲୁଟ୍ କରି ନେଇଯାଉଛନ୍ତି। ପୋଲିସ୍ ଡାଳେ ଡାଳେ ଗଲେ ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି। ଆଉ ଟାର୍ଗେଟ୍‌ରେ ଅଛନ୍ତି ଅନ୍‌ଲାଇନ୍‌ ରିଚାର୍ଜ କରୁଥିବା ବ୍ୟକ୍ତି। ରିଚାର୍ଜ କରିବା ପାଇଁ ଫେକ୍ ଲିଙ୍କ୍‌ ପଠାଇ ଆଖାଉଣ୍ଟକୁ ଖାଲି କରିଦେଉଛନ୍ତି ଏହି ସାଇବର ଲୁଟେରା। ଇତିମଧ୍ୟରେ ପୁଣି ଅନଲାଇନ୍‌ରେ ଲକ୍ଷେ ଟଙ୍କା ଠକେଇ ଅଭିଯୋଗ ଆସିଛି। ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମ୍‌ରେ ଟିଭି ରିଚାର୍ଜ କରୁଥିଲେ କିନ୍ତୁ ଆକାଉଣ୍ଟରୁ ଲକ୍ଷେ ଟଙ୍କା ବାଏଁ ବାଏଁ ଉଡିଗଲା।

ଭୁବନେଶ୍ୱର ଡମଣା ଅଞ୍ଚଳର ଜଣେ ଯୁବତୀଙ୍କ ଆକାଉଣ୍ଟରୁ ଏହି ଟଙ୍କା ଗାଏବ ହୋଇଛି। ଠକେଇର ଶିକାର ହୋଇଥିବା ଯୁବତୀ ହେଉଛନ୍ତି ଜଣେ ସଫ୍ଟୱେର ଇଞ୍ଜିନିଅର। ସେ ପେଟିଏମ୍ ମାଧ୍ୟମରେ ୨୮୦ ଟଙ୍କାର ଏୟାରଟେଲ ଡିଟିଏଚ୍ ରିଚାର୍ଜ କରୁଥିଲେ। ଆକାଉଣ୍ଟରୁ ଟଙ୍କା କଟିଲା, ୨୦ ଟଙ୍କା କ୍ୟାସବ୍ୟାକ୍‌ ବି ଆସିଲା। ହେଲେ ଟିଭି ରିଚାର୍ଜ ନହେବାରୁ ସେ ଗୁଗୁଲକୁ ଯାଇ ଏୟାରଟେଲ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିଥିଲେ କିନ୍ତୁ ସେ ଜାଣିନଥିଲେ, ଏହା ଏକ ଫ୍ରଡ୍ ନମ୍ବର ଥିଲା ବୋଲି।

https://www.youtube.com/watch?v=Gc2t3EpT6xQ

ସେହି ଫ୍ରଡ୍ ନମ୍ବରରୁ ସମ୍ପୃକ୍ତ ଯୁବତୀଙ୍କ ପାଖକୁ ଏକ ଲିଙ୍କ୍ ଆସିଥିଲା, ଯେଉଁଥିରେ ସେ ତାଙ୍କ ଆକାଉଣ୍ଟ ନମ୍ବର, IFSC କୋଡ୍ ଓ ଶେଷରେ UPI ନମ୍ବର ମଧ୍ୟ ଭୁଲରେ ଦେଇଥିଲେ। ଏହାପରେ ଆକାଉଣ୍ଟରୁ ପ୍ରଥମେ ୭୮ ହଜାର ପରେ ୨୧ ହଜାର ଏଭଳି ୨ଟି କିସ୍ତିରେ ପ୍ରାୟ ଲକ୍ଷେ ଟଙ୍କା ଆକାଉଣ୍ଟରୁ କଟିଯାଇଥିଲା। ଏନେଇ ସେ ପ୍ରଥମେ ଚନ୍ଦ୍ରଶେଖରପୁର ଥାନା ଓ ପରେ ସାଇବର ଥାନାରେ ଏତଲା ଦେଇଛନ୍ତି।

Cyber-fraud-odisha-engineer-loses-money-while-doing-online-dth-recharge
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories