ବାହା ବେଦୀରୁ ନାବାଳିକାକୁ ଉଦ୍ଧାର କଲା ଶିଶୁ ସୁରକ୍ଷା ସମିତି

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା  ଟାଙ୍ଗର ଗାଁ ମନ୍ଦିରରେ ଆଜି ସକାଳୁ ଚାଲିଥିଲା ନାବାଳିକା ବାହାଘର।  ଖରବ ପାଇ ଚାଇଲ୍ଡ ଲାଇନ୍  ଓ ଶିଶୁ ସୁରକ୍ଷା ସମିତି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି  ବିବାହ ବେଦୀରୁ ନାବାଳିକାକୁ ଉଦ୍ଧାର କରିଛି।

ଆନନ୍ଦପୁରର ଟାଙ୍ଗର ଗାଁର ଜଣେ ଯୁବକଙ୍କର ନିକଟସ୍ଥ ମନ୍ଦିରରେ ବାହାଘର ଚାଲିଥିଲା। ହେଲେ କନ୍ୟା ଥିଲା ନାବାଳିକା। କୌଣସି ସୂତ୍ରରୁ ଏହି ଖବର ପାଇଥିଲେ ଆନନ୍ଦପୁର ଚାଇଲ୍ଡ ଲାଇନ୍ ଓ ଶିଶୁ ସୁରକ୍ଷା ସମିତି ।  ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ । ଏନେଇ ବାଲ୍ୟବିବାହ ନିରାକରଣ ଅଧିକାରୀଙ୍କ ପକ୍ଷରୁ ଆନନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ନାବାଳିକାକୁ କେନ୍ଦୁଝର ଚାଇଲ୍ଡ ଲାଇନକୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

You might also like