କରୋନା ଯୋଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲା ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ସହାୟତା ହାତ ବଢ଼ାଇଛି ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ। କରୋନା ମୁକାବିଲା ପାଇଁ ଅନବରତ କାମ କରୁଥିବା ଡାକ୍ତରୀ ଟିମ୍, ପୋଲିସ୍, ସଫେଇ କର୍ମଚାରୀଙ୍କ ସମେତ ଅନ୍ୟ ଯୋଦ୍ଧାଙ୍କ ଅବଦାନ ପାଇଁ ସାହାଯ୍ୟ କରିବାକୁ ଆଗକୁ ଆସିଛି ସିଭି ରମଣ ବିଶ୍ୱବିଦ୍ୟାଳୟ।

କରୋନା ଯୋଦ୍ଧାଙ୍କ ପିଲାଙ୍କ ପାଇଁ ୫ କୋଟିର ବୃତ୍ତି ଘୋଷଣା କରାଯାଇଛି। ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଏହି ଟଙ୍କାକୁ ବିନିଯୋଗ କରିବ ବିଶ୍ୱବିଦ୍ୟାଳୟ।

ସିଭି ରମଣ ଗ୍ରୁପରେ ଥିବା ସମସ୍ତ ପାଠକ୍ରମରେ ଏହି ବୃତ୍ତି କାର୍ଯ୍ୟକାରୀ ହେବ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଥିବା କିଛି ନିୟମ ମୁତାବକ ପିଲାଙ୍କୁ ଏନେଇ ଚୟନ କରାଯିବ ବୋଲି ସୂଚନା ଦେଇଛନ୍ତି ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ସଭାପତି ଇଞ୍ଜିନିୟର୍ ସଞ୍ଜିବ ରାଉତ।

You might also like