ଅବହେଳିତ ଅବସ୍ଥାରେ କଟକର ହରିଣ ପାର୍କ

କଟକ: ଅବହେଳିତ ଅବସ୍ଥାରେ କଟକର ହରିଣ ପାର୍କ। ୨୦ରୁ ୨୫ ହରିଣ ରହିବା ଜାଗାରେ ରହୁଛନ୍ତି ଦୁଇ ଶହରୁ ଅଧିକ ହରିଣ। କମ୍ ଜାଗାରେ ଅଧିକ ହରିଣ ରହୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନାହିଁ।

୬ଟି ହରିଣକୁ ନେଇ ଆରମ୍ଭ ହୋଇଥିବା ହରିଣ ପାର୍କରେ ଏବେ ଦୁଇ ଶହରୁ ଅଧିକ ହରିଣ ରହୁଛନ୍ତି। ହେଲେ କମ୍‌ ଜାଗାରେ ଏତେ ସଂଖ୍ୟକ ହରିଣ ରହୁଥିବାରୁ ସେମାନେ ଠିକ୍‌ରେ ବିଚରଣ କରି ପାରୁ ନାହାନ୍ତି। ଏପରିକି ଅନେକ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଉଛି।

କିଛି ଖାଦ୍ୟ ଓ ପାଣି ଦେଇ ବିଭାଗ ନିଜର ଦାୟିତ୍ୱ ସାରି ଦେଇଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ବି କିଛି ପଦକ୍ଷେପ ନିଆ ନଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଅନ୍ୟପଟେ କଟକ ମୁଣ୍ଡଳିଠାରେ ଏକ ସ୍ଥାନ ଚିହ୍ନଟ କରାଯିବା ସହ ଏନେଇ ଟେଣ୍ଡର କରାଯାଇଥିବା ସିଏମସି ମେୟର କହିଛନ୍ତି। ତେବେ ଖୁବ ଶୀଘ୍ର ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯିବାକୁ ସେ କହିଛନ୍ତି।

୧୯୮୧ ମସିହାରେ ତୁଳସୀପୁରରେ ଆରମ୍ଭ ହୋଇଥିବା ହରିଣ ପାର୍କର ପରିଚାଳନା ଦାୟିତ୍ୱ ସିଏମ୍‌ସି ଅଧିନରେ ରହିଛି।

ଆହୁରି ପଢ଼ନ୍ତୁ

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପାନ ଦୋକାନୀଙ୍କ ପୁଅ ହେବେ ବୈଜ୍ଞାନିକ

ଉତ୍ତର କୋରିଆ ଜେଲ୍‌ରେ ଏମିତି ଦଣ୍ଡ ପାଆନ୍ତି କଏଦି

ଦିଆସିଲି କାଠିରେ ଯୁବକ ତିଆରି କଲେ କାଳିଆ ମୂର୍ତ୍ତି

ଚାକିରିଆ ଦମ୍ପତିଙ୍କୁ ଘାରିଛି ଚାଷ ନିଶା

ଉତ୍ତର କୋରିଆକୁ ୟେଲୋ ଡଷ୍ଟ୍ ଭୟ

ମ୍ୟାଜିକ୍‌ ଚାଉଳ ଚାଷ କରନ୍ତି ଏହି ଚାଷୀ, ଥଣ୍ଡା ପାଣିରେ ପକେଇଲେ ହୋଇଯିବ ଭାତ

ଫ୍ରି ଟ୍ରି: ଯେଉଁଠି ଗରିବଙ୍କ ପାଇଁ ଲୋକମାନେ ଛାଡିଯାଆନ୍ତି ଦରକାରୀ ଜିନିଷ

ଆଶ୍ଚର୍ଯ୍ୟ ! ଅନ୍‌ଲାଇନ୍‌ରେ ଅର୍ଡର କଲେ ବର୍ଗର, ଆସିଲା ସସ୍‌ ପ୍ୟାକେଟ୍

କରୋନାରେ ମୃତ ବ୍ୟକ୍ତିଙ୍କ ଅଟୋପ୍ସି ରିପୋର୍ଟରେ ଆସିଲା ଚମକାଇ ଦେଲା ଭଳି ତଥ୍ୟ

You might also like