କଟକ ସହର ବି ହେବ ୪୮ ଘଣ୍ଟିଆ ଶଟ ଡାଉନ୍‌

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ପୂରା ଶଟ୍‌ ଡାଉନ୍‌ ଘୋଷଣା କରାଯିବା ପରେ କଟକ ସହରକୁ  ଏଥିରେ ସାମିଲ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଏ ନେଇ  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  ସୂଚନା ଦେଇଛନ୍ତି

ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରୁ ୬ ଟି କରୋନା ପଜିଟିଭ ମିଳିଥିବାରୁ ୪୮ ଘଣ୍ଟା ଶଟ୍ ଡାଉନ୍ ଘୋଷଣା କରାଯାଉଛି।

ସୂଚନାଥାଉ କି, ଭୁବନେଶ୍ୱରରୁ ୪ ଓ ଭଦ୍ରକରୁ ଜଣେ କରୋନା ପଜିଟିଭ ବାହାରିବା ପରେ ସରକାର ଭୁବନେଶ୍ୱର ଓ ଭଦ୍ରକ ଶଟ ଡାଉନ ଘୋଷଣା କରିଥିଲେ।  ଆଜି କଟକରୁ ଜଣେ କୋଭିଡ ୧୯ ପଜିଟିଭ ବାହାରିବା ପରେ କଟକକୁ ଏଥିରା ସାମିଲ କରାଯାଇଛି।

You might also like