• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କଟକ: ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କୁ ହତ୍ୟା କରି କଟକବାସୀଙ୍କ ନିଦ ହଜାଇଦେଇଥିବା ସନ୍ଦିଗ୍ଧ ସାଇକୋ କିଲର୍‌କୁ ନେଇ ନାକେଦମ୍ ହେଲାଣି କମିଶନରେଟ୍‌ ପୁଲିସ୍। କିଏ ସେହି ସିରିୟଲ୍ କିଲର୍ ? କାହିଁକି ସେ ଭିଆଇଛି ଲୋମଟାଙ୍କୁରା ଅପରାଧ ? ନରହନ୍ତାଙ୍କୁ ସହରର ଗଳିକନ୍ଦିରେ ଖୋଜୁଛି ପୁଲିସ। ତଥାପି ହାତରେ ଲାଗିପାରୁନି ସୁରାଗ୍। ସେପଟେ ବିଜୁଳି ବେଗରେ ସାଇକୋ କିଲର୍ ସମ୍ପର୍କରେ ଖବର ବ୍ୟାପିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ସହରର ନିରାଶ୍ରୟ।

ପ୍ରଥମେ ରାଣୀହାଟ, ପରେ ଏସ୍‌ସିବିର କାର୍ଡିଓଲୋଜି ବିଭାଗ ସାମ୍ନା, ଆଉ ତାପରେ ଓଏମ୍ପି ଛକରେ ନରହତ୍ୟା କଲାଣି ସନ୍ଦିଗ୍ଧ ଅପରାଧୀ। ୨୪ ଘଣ୍ଟା ମଧ୍ୟରେ ୩ ନୀରିହଙ୍କୁ ହତ୍ୟା କଲାଣି ଅଜଣା ଆତତାୟୀ। ତଥାପି ପୁଲିସ ହାତ ଖାଲି। ନା ହତ୍ୟାକାରୀର ପତ୍ତା ପାଇଛି କମିଶନରେଟ୍ ପୋଲିସ ନା ହାତରେ ଲାଗିଛି ସୁରାଗ୍। ହତ୍ୟାକାଣ୍ଡର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି, କେବଳ ସାଇକୋ କିଲର୍‌ଙ୍କ ସଂପୃକ୍ତି ଥିବା ଆଶଙ୍କା ଛଡ଼ା କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନି କମିଶନରେଟ୍ ପୁଲିସ। ସେପଟେ ପେଟପାଟଣା ପାଇଁ କିଏ ଜରି ଗୋଟାଇ ତ ଆଉ କିଏ ରିକ୍ସାଟାଣି ଜୀବନ ଜୀଉଁଥିବା ବାସହୀନ ଲୋକେ ଏବେ ଖୋଜୁଛନ୍ତି ସୁରକ୍ଷା ପାଇଁ ସାହାରା।

ଏପଟେ ରାତି ତମାମ୍ ପାଟ୍ରୋଲିଂ ଚାଲିଛି। ଏ ଗଳିରୁ ସେ ଗଳି ରେଲୱେ ଷ୍ଟେସନ୍‌ରୁ ଓଭରବ୍ରିଜ୍। ରାସ୍ତାକଡ଼ରୁ ସାହିବସ୍ତି ସବୁଠି ଛାନ୍‌ଭିନ୍ କରୁଛି ପୁଲିସ। ନିଜେ ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏବଂ ଡିସିପି ଅଖିଳେଶ୍ୱର ସିଂ କଟକର ଗଳିକନ୍ଦି ବୁଲି ନିରାଶ୍ରୟଙ୍କ ସୁରକ୍ଷା ନେଇ ତଦାରଖ କରୁଛନ୍ତି। ହତ୍ୟାକାରୀ ଧରା ନପଡ଼ିବା ପର୍ଯ୍ୟନ୍ତ ଏଭଳି ଭାବେ ଜଣେ ଏସିପିଙ୍କ ନେତୃତ୍ୱରେ ପୁଲିସ ଟିମ୍ ନିରାଶ୍ରୟଙ୍କ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବ। ତେବେ ହତ୍ୟାକାରୀକୁ ଚିହ୍ନଟ ପାଇଁ ହତ୍ୟାକାଣ୍ଡ ସ୍ଥଳର ସିସିଟିଭି ଗୁଡ଼ିକୁ ଯାଞ୍ଚ କରାଯାଉଛି ବୋଲି କଟକ ଡିସିପି
ଅଖିଳେଶ୍ୱର ସିଂହ କହିଛନ୍ତି।

୨୦୦୦ ମସିହାରେ ବ୍ରହ୍ମପୁରରେ ୬ ଜଣଙ୍କୁ ଷ୍ଟୋନମ୍ୟାନର ହତ୍ୟା ପରେ ୨୦୧୭ରେ ପୁରୀରେ ୫ଟି ହତ୍ୟାକାଣ୍ଡ ଘଟାଇ ଚାଞ୍ଚଲ୍ୟ ସୃଷ୍ଟି କରୁଛି ସିରିଏଲ୍ କିଲର। ଆଉ ଏବେ ଅର୍ଥାତ୍ ଗତ ୨୨ ଏବଂ ୨୩ ତାରିଖରେ କଟକରେ ୩ ନିରାଶ୍ରୟଙ୍କ ମୁଣ୍ଡ ଗଡ଼ାଇଛି ଅଜଣା ହତ୍ୟାକାରୀ। ତେବେ ପୁଲିସ୍ ଏମାନଙ୍କୁ ଧରିବାରେ ସଫଳ ହେଉଛି କି ନାହିଁ ତାହା ଦେଖିବା ବାକି ରହିଲା।

Cuttack-psycho-killer-keeps-commissionerate-police-puzzled
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories