କଟକ NRRI ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ। କୀଟପତଙ୍ଗଙ୍କଠାରୁ ଫସଲ ରକ୍ଷା ପାଇଁ ବାହାର କଲେ ସୌରଶକ୍ତିରେ ଚାଳିତ ଯନ୍ତ୍ର

କଟକ: ଧାନ ଫସଲରେ ରୋଗପୋକ ପରିଚାଳନା ନେଇ ଏକ ନୂତନ ଉପକରଣର ଉଦ୍ଭାବନ ହୋଇଛି। ଅଲଟରନେଟ୍ ଏନର୍ଜି ଲାଇଟ୍ ଟ୍ରାପ୍ AELT ନାମକ ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ। ତେବେ ଏହି ଉପକରଣ ଚାଷୀଙ୍କୁ ରୋଗ ପୋକର ପଚିଚାଳନାରେ ସହାୟକ ହେବ ବୋଲି ଜଣାପଡିଛି। ଧାନ ଫସଲରେ କେଉଁ ପ୍ରକାକର କୀଟ ରହିଛନ୍ତି ଏବଂ ସେମାନଙ୍କୁ ପରିଚାଳନା କରିହେବ ନା ନାହିଁ ଏହି ଉପକରଣ ମାଧ୍ୟମରେ ଜାଣିହେବ।

ଏହି ଉପକରଣରେ କୀଟଗୁଡିକର ମାତ୍ରା ପ୍ରଦର୍ଶିତ ହେବ। ଏହାଦ୍ୱାରା ଧାନଫସଲରେ କୀଟ ପରିଚାଳନା କରି ହେବ ନା ନାହିଁ ସୂଚନା ମିଳିବ ବୋଲି ମଧ୍ୟ ଜଣାପଡିଛି। ଏହି ଅଲଟରନେଟ୍ ଲାଇଟ ଟ୍ରାପ ବ୍ୟବସ୍ଥାରେ ଏକ ଆଲୋକ ରହିଛି। ଏହି ଆଲୋକ ପ୍ରତି ଆକର୍ଷିତ ହୋଇ କୀଟ ଗୁଡିକ ଏହି ଉପକରଣ ନିକଟରେ ଜମା ହେବେ। ଆଉ ଏହି ଉପକରଣ ସହ ଏକ ସଂଗ୍ରହକାରୀ ମୁଣିକୁ ସଂଲଗ୍ନ କରାଯାଇଛି, ଏଥିରେ ସଂଗୃହିତ କୀଟର ପରିମାଣକୁ ନେଇ ଫସଲରେ ରୋଗପୋକ ପରିଚାଳନା କରାଯିବ। AELT ମେସିନର ଦାମ କମ ରହିଥିବାବେଳେ ପରିବେଶ ଉପଯୋଗୀ ରହିଛି।

ଏହି ମେସିନକୁ ସହଜରେ ଚାଷୀ ବ୍ୟବହାର କରିପାରିବେ। ଏହାସହ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ସମରରଂଜନ ଦାସମହାପାତ୍ର ଏବଂ ବୈଜ୍ଞାନିକ ମାୟାବିନୀ ଜେନା ଏହି ଉପକରଣର ଉଭାବନ କରିଛନ୍ତି। ଏହି ଉପକରଣର ଦୁଇଟି ପ୍ରକାର ପ୍ରସ୍ତୁତ କରିଛନ୍ତି। ଅଧିକ ପରିମାଣର ଜମି ଲାଗି ନିର୍ମିତ ଉପକରଣର ଦାମ ରହିଛି ୮ ହଜାର ୮ଶହ ଟଙ୍କା। ଏକ ହେକ୍ଟର ମଧ୍ୟରେ ଜମି ଥିବା ଚାଷୀଙ୍କ ଲାଗି ଏକ ଛୋଟ ମେସିନ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି ଓ ଏହାର ଦାମ ରହିଛି ୪ ହଜାର ୪ଶହ ଟଙ୍କା। ମହାରାଷ୍ଟ୍ରର ଏକ କମ୍ପାନୀକୁ ନେଇ ଏହି ଉପକରଣର ପେଟେଣ୍ଟ କରାଯାଇଛି। ଖୁବଶୀଘ୍ର ଏହି ଉପକରଣର ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହେବ ବୋଲି କହିଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ସମରରଂଜନ ଦାସମହାପାତ୍ର।

ସମରରଂଜନ କହିଛନ୍ତି ଯେ, କ୍ଷେତରେ ଯେଉଁ ସମୟରେ ପୋକ ଲାଗେ ତାହାକୁ ଦେଖିବା ପରେ ହିଁ ଚାଷୀ ଔଷଧ ପକାଏ। କିନ୍ତୁ ଏହି ମେସିନ ତିଆରି ହେବା ପରେ ଏ ସମସ୍ୟାରୁ ଚାଷୀ ମୁକ୍ତି ପାଇବ ବୋଲି ସେ କହିଛନ୍ତି।

 

You might also like