ସମସ୍ତଙ୍କର ପ୍ରିୟ ଅଭି ଭାଇ; ଅନ୍ୟର ସେବା ପାଇଁ ଜୀବନ ଉତ୍ସର୍ଗୀକୃତ

କଟକ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ଲୋକଙ୍କ ବିଷୟରେ ଜଣାଇବୁ, ଯାହା ଲାଗି ସେବା ସବୁକିଛି। ତାଙ୍କ ପାଇଁ ସେବା ବ୍ରତ, ସେବା ସାଧନା ଆଉ ମାନବ ସେବା ଲାଗି  ତାଙ୍କ ଜୀବନ  ସବୁବେଳେ ଉତ୍ସର୍ଗୀକୃତ। ସେ ହେଲେ କଟକ ନେତାଜୀନଗର ଅଞ୍ଚଳର ଅଭିମନ୍ୟୁ ଦାସ। ଦୀର୍ଘ ୧୦ ବର୍ଷ ହେବ କଟକର କ୍ୟାନ୍ସର ହସ୍ପିଟାଲ ଆଗରେ ନିରାଶ୍ରୟଙ୍କୁ ସେବା ଯୋଗାଇ ଆସୁଛନ୍ତି ଅଭିମନ୍ୟୁଯ କେବଳ ସେତିକି ନୁହେଁ, କାହାର ପରଲୋକ ହେଲେ ଅନ୍ତିମ ଯାତ୍ରାରେ ବି ସେ ସାମିଲ ହୁଅନ୍ତି।

ପୁସ୍ତକ ବନ୍ଧେଇ କର ଇପେଟ ପୋଷନ୍ତି ଅଭିମନ୍ୟୁ। ହେଲେ ନିଶା କିନ୍ତୁ ରୋଗୀ ସେବା କରିବା। ଅସହାୟ, ନିରାଶ୍ରୟ ଲେକଙ୍କ ଲାଗି ସେ ଦେବଦୂତ। ରୋଗୀଙ୍କ ଦୁଃଖର ସାଥୀ। କଟକ ବଡ଼ ମେଡ଼ିକାଲ ହେଉ ଅବା କ୍ୟାନସର ହସପିଟାଲ,ଗରୀବ ନିରାଶ୍ରୟ ରୋଗୀଙ୍କ ମୁହଁରେ କେବଳ ଗୋଟିଏ ନା ଅବିଭାଇ। ନିଜ ହାତରୁ ରୋଗୀଙ୍କୁ ମେଡିସିନ ଠାରୁ ଆରମ୍ଭ କରି ନିଜେ ତାଙ୍କର ସେବା କରନ୍ତି। ଏମିତିକି ପର ହେଲେ ବି ରୋଗୀଙ୍କୁ ନିଜର ଭାବି ଡ୍ରେସିଂ ଏବଂ ସାନ୍ତ୍ୱନା ବି ଦେଇଥାନ୍ତି।

ଅଭିମନ୍ୟୁ ପରିବାର କହିଲେ ଗୋଟିଏ ପୁଅ ଆଉ ପତ୍ନୀ। ଦିନ ତମାମ ବୁକ ବାଇଣ୍ଡିଂ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇବା ସହ ଦୁଖି ଅରକ୍ଷିତ ସେବାରେ ବିନିଯୋଗ କରନ୍ତି। ଏମିତିକି ଦରକାର ପଡ଼ିଲେ ସ୍ତ୍ରୀଙ୍କ ସିଲେଇ ଇନକମକୁ ବି ରୋଗୀ ସେବାରେ ଲଗାଇଥାନ୍ତି। ଏ ପର୍ଯ୍ୟନ୍ତ ଅଭିମନ୍ୟୁ ୧୨ଶହରୁ ଅଧିକ ଶବ ସତ୍କାର କଲେଣି।ମାନବ ସେବା ଲାଗି ରାଜ୍ୟ ସରକାରଙ୍କ ସମେତ ବହୁ ଅନୁଷ୍ଠାନ ମଧ୍ୟ ଅଭିମନ୍ୟୁଙ୍କୁ ସମ୍ମାନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶା ପୋଲିସ୍ ଡିଜିଙ୍କୁ ଜାତୀୟ ST କମିଶନଙ୍କ ଚିଠି

କରୋନାରୁ ସୁସ୍ଥ ହେଲେ ୧୭୮୫ ଆକ୍ରାନ୍ତ

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ୍ ଡିଜି

କୁଷ୍ଠରୋଗୀ କହି ବାସନ୍ଦ କରିଦେଲେ, ପାଇପ୍ ଭିତରେ ବିତୁଛି ଜୀବନ

ଭାଇରାଲ୍ ଅଡ଼ିଓ ପ୍ରସଙ୍ଗ: ଲକ୍ଷ୍ମୀକାନ୍ତଙ୍କୁ ପୋଲିସ ଉଠାଇ ନେବା ପରେ ଚିନ୍ତାରେ ବାପା ଶଯ୍ୟାଶାୟୀ

ଅଡିଓ ଭାଇରାଲ ପ୍ରସଙ୍ଗ: ଗିରଫ ଲକ୍ଷ୍ମୀକାନ୍ତଙ୍କୁ ଭେଟିଲା କଂଗ୍ରେସ

ଲୋକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ କାହିଁକି ଡରୁଛନ୍ତି ରାଜ୍ୟ ସରକାର?

ଭୁବନେଶ୍ୱରରୁ ଆଉ ୧୦୯ କରୋନା ପଜିଟିଭ୍ ଚିହ୍ନଟ

ଆଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି

କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ

ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସମ୍ୱଲପୁରରେ ହେବନି ସଟ୍‌ଡାଉନ୍

You might also like