କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ ସୁନା ଚୋରି ଘଟଣାର ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟଙ୍କୁ ଡିସେମ୍ବର ୨ ତାରିଖ ଯାଏ ପୋଲିସ୍‌ ରିମାଣ୍ଡରେ ନେଇଛି। ଅମ୍ରିତଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ପୋଲିସ୍‌ ରିମାଣ୍ଡରେ ନେଇଛି।

ଏହି ଘଟଣାରେ ମୋଟ ଗିରଫ ସଂଖ୍ୟା ୧୧ରେ ପହଁଞ୍ଚିଛି। ଗିରଫଙ୍କ ମଧ୍ୟରେ ୨ଜଣ ସୁନା ବ୍ୟବସାୟୀ ଅଛନ୍ତି। ଜଣେ ହେଲେ ମଙ୍ଗଳାବାଗ ଅଞ୍ଚଳର ସରୋଜ କୁମାର ପୃଷ୍ଟି ଓ ଅନ୍ୟ ଜଣେ ଆଲାମଚାନ୍ଦ ବଜାର ଅଞ୍ଚଳର ଲଳିତ କୁମାର ସୋନି। ଏମାନେ ଲାଲା ଅମ୍ରିତ ରାୟର ସହଯୋଗୀ ବୋଲି ପୋଲିସ୍‌ କହିଛି। ଏମାନଙ୍କ ପାଖରେ ଚୋରା ସୁନାକୁ ଆଣି ରଖିବା ସହ ଏମାନଙ୍କ ଜରିଆରେ ହିଁ ବିକ୍ରି କରୁଥିଲା ଅମ୍ରିତ।

ବର୍ତ୍ତମାନ ସୁଦ୍ଧା ଜବତ ସୁନାକୁ ପୋଲିସ୍‌ ନିଜ ହେପାଜତରେ ରଖିବ ଏବଂ ଲୋକେ କିପରି ସେମାନଙ୍କ ସୁନା ପାଇବେ ସେ କଥା ସଂପୃକ୍ତ ସଂସ୍ଥା ନିଷ୍ପତ୍ତି ନେବ ବୋଲି ପୋଲିସ୍‌ କହିଛି।

ପଢ଼ନ୍ତୁ: ମିଳିଲା ୧୦ କିଲୋ ସୁନା

Other Stories