କଟକ ଗଣଦୁଷ୍କର୍ମ ମାମଲା: ପ୍ରମାଣ ଖୋଜିବ ସାଇଣ୍ଟିଫିକ ଟିମ

କଟକ: ତିର୍ତ୍ତୋଲ ଅଞ୍ଚଳର ଛାତ୍ରୀକୁ କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କଟକ ଡିସିପି ପ୍ରତୀକ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗତକାଲି ରାକେଶ ରାଉତ ନାମକ ଯଣେ ଯୁବକକୁ ଗିରଫ କରାଯାଇଥିବାବେଳେ ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନ୍ତୋଷ ବେହେରାକୁ ଗିରଫ କରିଛି କମିଶନରେଟ ପୋଲିସ। ଚାଉଳିଆଗଞ୍ଜ ଥାନାରେ POCSO ଓ ଅନ୍ୟ ଦଫାରେ ମାମଲା ହୋଇଛି। ସେମାନଙ୍କଠାରୁ ୩ଟି ମୋବାଇଲ ଜବତ କରାଯାଇଛି। ଅଧିକ ଯାଞ୍ଚ ପାଇଁ ମୋବାଇଲକୁ ଫୋରେନସିକ ଲାବକୁ ପଠାଯିବ।

ସେହିଭଳି ପ୍ରମାଣ ସଂଗ୍ରହ ପାଇଁ ଏକ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଅଧିକ ଖୋଳତାଡ କରିବାନେଇ ଡିସିପି ସୂଚନା ଦେଇଛନ୍ତି। ପୀଡ଼ିତାଙ୍କୁ ଉଦ୍ଧାର କରି ବସୁନ୍ଧରା ଚାଇଲ୍ଡ ଲାଇନରେ ରଖାଯାଇଛି।୧୬୧ ଏବଂ ୧୬୪ରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିବା ଡିସିପି କହିଛନ୍ତି। ଖୁବଶୀଘ୍ର ଏହି ମାମଲାରେ ଚାର୍ଜଶିଟ ହେବ ବୋଲି କହିଛନ୍ତି କଟକ ଡିସିପି।

ଡିସିପିଙ୍କ ସୂଚନା ଅନୁଯାୟୀ ତିର୍ତ୍ତୋଲର ଏହି ନାବାଳିକା ଜଣକ ପରିବାର ଲୋକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଘରଛାଡ଼ି ଥିଲେ। ତାପରେ ଆସି ତାଙ୍କ ଭଉଣୀ ଭିଣୋଇଙ୍କ ଘରେ ରହିଥିଲେ।

ତେବେ ସେଠରୁ ମଧ୍ୟ ସେ ପଳାଇଆସି ଗାଁକୁ ଫେରିଯିବାକୁ ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ତାକୁ ଅଭିଯୁକ୍ତ ସନ୍ତୋଷ ବେହେରା, ରାକେଶ ରାଉତର ଚିକେନ୍ କାଉଣ୍ଟରକୁ ନେଇ ଯାଇଥିଲା। ତାକୁ ପ୍ରଲୋଭନ ଦେଖାଇ ସେଠାରେ ୨୦ରୁ ୨୨ ଦିନ ଧରି ଦୁଇ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ନଭେମ୍ବର ପାଇଁ ଅନ୍‌ଲକ୍-୬ ଗାଇଡ୍‌ ଲାଇନ୍ ଜାରି

ଆସିଲା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ସ: ଜାଣନ୍ତୁ ଓଡ଼ିଶାରେ କେବେ ଖୋଲିବ ସ୍କୁଲ…

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

You might also like