କଟକ : ୧୪ଶହ ଶତାବ୍ଦୀରେ ଗଙ୍ଗବଂଶୀୟ ରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଥିବା ଗଡ଼ଖାଇ। ଏବେ ଅବହେଳିତ ରକ୍ଷଣା ବେକ୍ଷଣ ଅଭାବରୁ ଜୀର୍ଣ୍ଣ ଦିଶୁଥିଲେ ମଧ୍ୟ ଅନେକ ଐତିହାସିକ ଗାଥା ବହନ କରୁଛି ଏହି ଗଡ଼ଖାଇ।
ତେବେ ଇତିହାସକୁ ବଞ୍ଚାଇ ରଖିବା ପାଇଁ ଗଡ଼ଖାଇର ପୁନରୁଦ୍ଧାର ଓ ନବୀକରଣ ଲାଗି ୨୦୧୫ମସିହାରେ ପଦକ୍ଷେପ ନେଇଥିଲେ ସରକାର। ସର୍ବସାଧାରଣଙ୍କ ପାଇଁ ବୋଟିଂ ବ୍ୟବସ୍ଥା, ପାର୍କ ଓ ଝୁଲାପୋଲ ନିର୍ମାଣ ଭଳି ଯୋଜନା ପ୍ରକଳ୍ପରେ ସ୍ଥାନ ପାଇଥିଲା। ବର୍ଷ ପରେ ବର୍ଷ ବିତୁଥିଲେ ମଧ୍ୟ ଯୋଜନା କେବଳ କାଗଜ କଲମରେ ସୀମିତ ରହିଛି।
ଗଡ଼ଖାଇ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପ୍ରତ୍ନତତ୍ତ୍ୱ ବିଭାଗ ASIକୁ ହସ୍ତାନ୍ତର କରିଥିଲା ସିଏମ୍ସି। ଏବେ ସିଏମ୍ସିକୁ ଏ ସମ୍ପର୍କରେ ପଚାରିବାରୁ ସିଏମ୍ସି କର୍ତ୍ତୃପକ୍ଷ ଏଏସ୍ଆଇ ମୁଣ୍ଡକୁ ସମସ୍ତ ଦାୟିତ୍ୱ ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଏଏସ୍ଆଇ ଉଠାଇଛି ସିଏମ୍ସିର ଅନୁଦାନ ପ୍ରସଙ୍ଗ।
ସିଏମ୍ସି ଓ ଏଏସ୍ଆଇର ଦୋଷ ଠେଲାଠେଲି ଭିତରେ ଏବେ ଅପେକ୍ଷା କେବେ ହେଉଛି ଗଡ଼ଖାଇର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ।
https://youtu.be/hrwXxQc8s6w