• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ମହଙ୍ଗା ପଡ଼ିଲା ଡାଟା ସହ ଅନ୍ଲିମିଟେଡ୍ କଲ୍ ମୋହ
  • ମୋବାଇଲ୍ ଓ ଟିଭି ରିଚାର୍ଜ ନାଁରେ ୨ଲକ୍ଷ ଗ୍ରାହକଙ୍କୁ ଠକେଇ
  • କୋଟି କୋଟି ଟଙ୍କାର ଚୂନ ଲଗାଇ ଚମ୍ପଟ ସାଂଘଭି ମାଲିକ
  • କଟକ ଡିସିପିଙ୍କୁ ଭେଟିଲେ କ୍ଷତିଗ୍ରସ୍ତ ଗ୍ରାହକ ଏବଂ ସଂସ୍ଥାର ଏଜେଣ୍ଟ

ଭୁବନେଶ୍ୱର: ଚିଟଫଣ୍ଡ ଷ୍ଟାଇଲରେ ସାଇବର ଠକଙ୍କ ନୂଆ ଫଣ୍ଡା ଏବେ ସାମ୍ନାକୁ ଆସିଛି। ଅଭିନବ ଉପାୟରେ ଉପଭୋକ୍ତାଙ୍କୁ ଚୁନା ଲଗାଇବାର ନୂଆ ତରିକା ଦେଖିବାକୁ ମିଳୁଛି। କଳାଧନ୍ଧାରେ ପକେଟ୍ ଗରମ କରିବା ପାଇଁ ନା କୌଣସି ପାସୱାର୍ଡ଼ ଦରକାର ନା କୌଣସି ଓଟିପିର ଝାମେଲା। ମୋବାଇଲ୍ ଏବଂ ଡିଟିଏଚ୍ ରିଚାର୍ଜ ନାଁରେ କୋଟି କୋଟି ଟଙ୍କା ଲୁଟପାଟ୍ କରି ମାଲାମାଲ ହୋଇଛନ୍ତି ଦୁର୍ବୃତ୍ତ।

ଲକଡାଉନର ଲାଭ ଉଠାଇ କଟକ ବୟାଳିଶ ମୌଜା ଅଞ୍ଚଳର ଜଣେ ଯୁବକ ଏଭଳି ଚଞ୍ଚକତା କରି ଚମ୍ପଟ ମାରିଥିବାବେଳେ ଥାନାକୁ ଦୌଡିଛନ୍ତି ଏଜେଣ୍ଟଙ୍କ ଠାରୁ ଗ୍ରାହକ। ହେଲେ ଫଳଶୂନ୍ ଅର୍ଥାତ୍ କିଛି ଲାଭ ମିଲିନାହିଁ।

ଠକାମୀର ଶିକାର ହୋଇଥିବା ଯୁବକ କହିଛନ୍ତି ଯେ, ବାହାରୁ ଆଣିଲେ ଅଧିକ ଟଙ୍କା ପଡ଼ୁଥିଲା ଆଉ ଏଠି କମ ଟଙ୍କାରେ ହୋଇଗଲା। ଆଉ ଏଠି ରିଚାର୍ଜ କରିବା ପରେ ମାସେ ଦୁଇମାସ ଚାଲିବା ପରେ ପୁରା ବନ୍ଦ ହୋଇଗଲା। ଆଉ ଜଣେ ଠକାମୀର ଶିକାର ହୋଇଥିବା ବ୍ୟକ୍ତି କହିଛନ୍ତି ଯେ, ମୁଁ ତାଙ୍କୁ ୫୬ ଲକ୍ଷ ଟଙ୍କା ଦେଇଛି। 

ଘରେ ରହି ପ୍ରତି ମାସରେ ରୋଜଗାର କରିବେ ଲକ୍ଷଲକ୍ଷ ଟଙ୍କା। ମୋବାଇଲ୍ ସହ ଡିଟିଏଚ୍ ରିଚାର୍ଜ କରି ଆକର୍ଷଣୀୟ ଲାଭପାଇବେ। ଲକଡାଉନ ସମୟରେ ଏଭଳି ଲୋଭନୀୟ ଅଫର୍ର ମୋହରେ ଆପଣ ପଡ଼ିନାହାଁନ୍ତି ତ ? ଯଦି ହଁ, ତେବେ ଆପଣ ବି ହୋଇପାରନ୍ତି ଠକାମୀର ଶୀକାର। କାରଣ ଏହି ସ୍କିମରେ ନା ମୋବାଇଲ୍ ରିଚାର୍ଜ ହେବ ନା ଡିଟିଏଚ୍ ରିଚାର୍ଜ କରି ଟଙ୍କାଟିଏର ଲାଭ ମିଳିବ? ସିଧା ସିଧା ବର୍ଷକର ରିଚାର୍ଜ ଟଙ୍କା ଗୋଲ୍ ହୋଇଯିବ। ଅନେକ ଯୁବଗୋଷ୍ଠୀ ସେହି ଠକାମୀର ଶୀକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କିଏ ଏଜେଣ୍ଟ ଅଛନ୍ତି ତ ଆଉ କିଏ ଗ୍ରାହକ। ଏମାନଙ୍କଠାରୁ ଶହେ କି ଦୁଇ ଶହ ନୁହଁ, ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ହରଣଚାଲ୍ କରିଛି ସାଇବର୍ ଠକ। ଆଉ ଠକାମୀର ଶୀକାର ପରେ କଟକ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏମାନେ।

ମିଳିଥିବା ସୂଚନା ଅନୁସାରେ, ସେହି ଡ୍ରିମ୍ ସେଲର୍ ବିପ୍ରପ୍ରସାଦ ସ୍ୱାଇଁଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ। ଯିଏ ୨୦୨୦ରେ କଟକ ବୟାଳିଶ ମୌଜାରେ ସାଙ୍ଗଭି ନାମକ ଏକ ସଂସ୍ଥା ଖୋଲି ଆରମ୍ଭ କରିଥିଲେ ବେପାର। ବିଭିନ୍ନ ଘରୋଇ କମ୍ପାନୀର ମୋବାଇଲ ନେଟୱାର୍କ ନାଁରେ ୯୯୯ ଟଙ୍କା ରିଚାର୍ଜ କଲେ ବର୍ଷେ ଯାଏଁ ଦୈନିକ ଅନ୍ଲିମିଟେଡ୍ କଲ୍ ସହ ୨ ଜିବି ଡାଟାର ଦେଉଥିଲେ ଲୋଭ। ୧୪୯୯ ଟଙ୍କାର DTH ରିଚାର୍ଜ କଲେ ବର୍ଷ ତମାମ ମାଗଣା ଟିଭି ଦେଖିବାର ବି ଲୋଭନୀୟ ଅଫର ଦେଇଥିଲେ।

ତେଣୁ ଗ୍ରାହକଙ୍କ ଠାରୁ ରିଚାର୍ଜ ବାବଦ ଟଙ୍କା ଆଣିଲେ ଏଜେଣ୍ଟଙ୍କୁ କମିଶନର ଦେଇଥିଲେ ପ୍ରତିଶ୍ରୁତି।ସେହି ପ୍ରତିଶ୍ରୁତିର ପ୍ରଲୋଭନରେ ପଡ଼ି ଶେଷରେ କଟକ, ଜଗତସିିଂପୁର, ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଜେଣ୍ଟ ସାଜି ସଂସ୍ଥାକୁ ପ୍ରାୟ ୨ ଲକ୍ଷ ଗ୍ରାହକଙ୍କ ଠାରୁ କୋଟି କୋଟି ଟଙ୍କା ଡିପୋଜିଟ୍ କରିଥିଲେ ଅନେକ ଯୁବକ।ସଂପୃକ୍ତ ଏଜେଣ୍ଟ ଏବଂ ଗ୍ରାହକଙ୍କ ବିଶ୍ୱାସ ଜିତିବା ପାଇଁ ପ୍ରଥମେ ପ୍ରଥମେ ୨/୩ ମାସ ଲାଗି ଅଟୋ ରେନ୍ୟୁଆଲ ବି କରାଇଥିଲା ବିପ୍ର।ହେଲେ ଗତ ଜାନୁୟାରୀରୁ ଆଉ ନା ତ ରେନ୍ୟୁଆଲ ହେଉଛି ନା ତ ସଂସ୍ଥା ଚାଲୁଛି? ଅଫିସରେ ତାଲା ମାରି ଛୁ ହୋଇଯାଇଛି ବିପ୍ରପ୍ରସାଦ ସ୍ୱାଇଁ।

ଚିଟଫଣ୍ଡ ଠକେଇ ଫଣ୍ଡାରେ ହୋଇଥିବା ଏହି ସଂସ୍ଥାର କାରନାମା କେବଳ ଓଡ଼ିଶାରେ ନୁହେଁ, କୋଲକାତାରେ ବି ହୋଇଛି। ତେବେ ଏନେଇ ପୋଲିସ କିମ୍ବା ସଂପୃକ୍ତ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

କଟକରୁ ବିଶ୍ୱଜିତ ଆଚାର୍ଯ୍ୟ ଏବଂ ଚୌଦ୍ୱାରରୁ ପ୍ରକାଶ ନାୟକଙ୍କ ରିପୋର୍ଟ

Cuttack-fake-recharge-case
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories