କାଳି ପୂଜା କଟକଣା: ୪ ଫୁଟରୁ ଅଧିକ ହେବନି ମା’ଙ୍କ ମୂର୍ତ୍ତି

କଟକ: କଟକରେ କାଳି ପୂଜା କଟକଣା। ଅଧିକ ଉଚ୍ଚର ମୂର୍ତ୍ତି ହେବନି। ନାଚ ଗୀତ ଓ ବାଣ ଫୁଟା ବାରଣ। ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ।

ସୂଚନା ଅନୁସାରେ ଦୁର୍ଗା ପୂଜା ବେଳେ ଯେପରି କଟକଣା ହୋଇଥିଲା ତାହା ଲାଗୁ କରାଯିବ:-

  • ମୂର୍ତ୍ତି ୪ ଫୁଟରୁ ଅଧିକ ହେବନି।
  • ନାଚ ଗୀତ ଓ ବାଣ ଫୁଟା ବାରଣ।
  • ଭସାଣ ବେଳେ ଶୋଭାଯାତ୍ରା ନେଇ ଅନୁମତି ମିଳିବ ନାହିଁ।
  • ଭସାଣ ବେଳେ ପ୍ରତି ପୂଜା ସ୍ଥଳିରୁ ସର୍ବାଧିକ ୭ ଜଣ ଭାଗ ନେଇପାରିବେ।
  • ମୂର୍ତ୍ତି ବିସର୍ଜନ ପାଇଁ ୧୧ଟି କୃତ୍ରିମ ପୋଖରୀର ବ୍ୟବସ୍ଥା ହୋଇଛି।
  • ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ପୋଲିସ ମୁତୟନ ରହିବେ।
You might also like