କଟକ ସହରରୁ ଆଉ ୫୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ସହରରୁ ଆଉ ୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧ ସରକାରୀ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୪୧ ହୋମ୍ କ୍ୱାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ତା ସହିତ ୨ଟି ଲୋକାଲ କେସ୍ ରହିଛି।

ସେହିଭଳି ଖଟବିନ ସାହିରୁ ୩୨, ଶଙ୍କରପୁର ପରିଡ଼ା ସାହିରୁ ୮ ଚିହ୍ନଟ ହୋଇଛନ୍ତି। ମଣିସାହୁ ଛକରୁ ୧, ଥୋରିଆସାହିରୁ ୧, ସୁତାହାଟରୁ ମଧ୍ୟ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ କଟକ ସହର ପାଇଁ ଚିନ୍ତାର କାରଣ ପାଲଟିଛି ଖଟବିନ ସାହି। ଖଟବିନ ସାହିରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୩୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ୧୦ ନାବାଳକ/ନାବାଳିକା।  ୧୪ ପୁରୁୁଷ ଏବଂ ୮ ଜଣ ମହିଳା।

ଭୁବନେଶ୍ୱରରୁ ମଧ୍ୟ ଆଜି ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୪୩ରେ ପହଞ୍ଚି ଥିବାବେଳେ ୭୨୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ଆକ୍ଟିଭ କେସ୍‌ ୬୦୬ ରହିଛି। ୧୧ ଜଣଙ୍କ ମୃତ୍ୟୁ ହୋଇଛି।

ସେହିଭଳି ଆଜି ରାଜ୍ୟରେ ୧,୦୭୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୩୫୭ ରହିଛି।

ଗଞ୍ଜାମରୁ ସର୍ବାଧିକ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଞ୍ଚିଛି। ସେଥିମଧ୍ୟରୁ ୧୩,୩୦୯ ଜଣ ସୁସ୍ଥ ହୋଇଥିବାବେଳେ ୬,୩୮୭ ଜଣ ଚିକିତ୍ସାଧୀନ ଅଛନ୍ତି।

ଆହୁରି ପଢ଼ନ୍ତୁ

You might also like