କମିଶନରେଟ ପୋଲିସ୍‌ର ସଫଳତା: ୧୨ ବର୍ଷ ପରେ ଫେରିପାଇଲେ ଚୋରି ହୋଇଥିବା ଗାଡ଼ି

କଟକ: ଚୋରି ଓ ଲୁଟ ହୋଇଯାଇଥିବା ସାମଗ୍ରୀ ଜବତ କରି ମାଲିକମାନଙ୍କୁ ଫେରାଇଲା କମିଶନରେଟ ପୋଲିସ। କଟକ ସହରର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ସାମଗ୍ରୀକୁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ତାଙ୍କ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ମୋବାଇଲ ଫୋନ, ଲାପଟପ, ବାଇକ, ଟିଭି ଠାରୁ ଆରମ୍ଭ କରି ସ୍ମାର୍ଟ ୱାଚ୍‌ ଭଳି ଜବତ ସାମଗ୍ରୀ ଆଜି ଦିଆଯାଇଥିଲା। ଜବତ ହୋଇଥିବା ୬୯ଟି ମୋବାଇଲ ଫୋନ, ୨ ଟି ଲାପଟପ, ୧୮ ଟି ବାଇକ, ୩ ଟି ଟିଭି ଓ ୨ ଟି ସ୍ମାର୍ଟ ୱାଚ ଜବତ କରି ଫେରସ୍ତ ଦେଇଛି ପୋଲିସ। ନିଜ ନିଜ ସାମଗ୍ରୀ ଫେରି ପାଇଁ ଖୁସି ପ୍ରକଟ କରିବା ସହ ପୋଲିସକୁ ଧନ୍ୟବାଦ ଦେଇଛନ୍ତି।

ବିଗତ ୧୨-୦୧-୨୦୦୯ ମସିହାରେ ମୋର ଗାଡ଼ି ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି ହୋଇଯାଇଥିଲା। ମୁଁ ଗାଡିକୁ ପାଇପାରିବି ବୋଲି ଆଶା ନଥିଲା। କିନ୍ତୁ ଖୁସିର କଥା ଦୀର୍ଘ ୧୨ ବର୍ଷ ପରେ ମୁଁ ମୋ ଗାଡ଼ିକୁ ପାଇପାରିଲି। ମଧୁପାଟଣା ଥାନା ଆଇଆଇସି ଓ ପୋଲିସ୍‌ଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି।  ମୁଁ କମିଶନରେଟ୍‌ ପୋଲିସ୍‌କୁ ଧନ୍ୟବାଦ ଜଣାଉଛି। 
 -ଆଦିତ୍ୟ ସାହୁ, ନେତାଜୀ ନଗର ବାସିନ୍ଦା

——

ଚୋରି ନେଇ କଟକର ବିଭିନ୍ନ ଥାନାରେ କେସ୍‌ ହୋଇଥିଲା। ପୋଲିସ୍ ଅଧିକାରୀମାନେ ଏହାକୁ ଗୁରୁତ୍ୱ ସହ ନେଇ ତଦନ୍ତ କରିଥିଲେ। ବହୁ ଦୂରଦୂରାନ୍ତକୁ ପୋଲିସ୍ ଯାଇ ଏହାକୁ ଚୋରି ସାମଗ୍ରୀକୁ ଜବତ କରିଛନ୍ତି। ଜବତ ସାମଗ୍ରୀକୁ ଫେରସ୍ତ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଓ ଚୋରି ସାମଗ୍ରୀକୁ ତାଙ୍କ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଥିଲା। 
-ପ୍ରତୀକ ସିଂ, କଟକ ଡିସିପି 
ରିପୋର୍ଟ: ଦେବାଶିଷ ମହାନ୍ତି
You might also like