କୋଭିଡ୍-୧୯ ମୁକାବିଲା ପାଇଁ ୨ କୋଟିରୁ ଅଧିକ ଟଙ୍କା ସହାୟତା ଦେଲା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ

କଟକ : କୋଭିଡ୍‌-୧୯ ମୁକାବିଲା ପାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨କୋଟି ୩ ଲକ୍ଷ ୨୭ ହଜାର ୮୫୧ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଏହି ସହାୟତ ରାଶି ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।

ଏହି ସହାୟତା ରାଶି ମଧ୍ୟରୁ ୨କୋଟି କେବଳ ବ୍ୟାଙ୍କର ୨୦୧୮-୧୯ର ଲାଭାଂଶ ଟଙ୍କା ରହିଥିବାବେଳେ, ଏହାଛଡ଼ା ୨,୨୭,୮୫୧ ଟଙ୍କା ବ୍ୟାଙ୍କ କର୍ମଚାରୀଙ୍କ ଗୋଟିଏ ଦିନର ବେତନ ଏବଂ ୧ ଲକ୍ଷ ଟଙ୍କା ବ୍ୟାଙ୍କର ସଭାପତି, ଉପ-ସଭାପତି ଏବଂ ୧୩ ଜଣ ନିଦ୍ଦେର୍ଶକ ପକ୍ଷରୁ ପ୍ରଦାନ କରାଯାଇଛି।

ଏଥିସହିତ ସଙ୍କଟ ସମୟରେ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ବିରେନ୍ଦ୍ର ପ୍ରତାପ ସ୍ୱାଇଁ।

You might also like