ମହାନଦୀରେ ବନ୍ୟାପାଣି; ବିପଦରେ କଟକ ଓ ବୌଦ୍ଧ ଜିଲ୍ଲାବାସୀ

ଭୁବନେଶ୍ୱର: ମହାନଦୀର ବନ୍ୟା ପାଣି ଆସିବାରୁ କଟକ ଜିଲ୍ଲାର ବାଙ୍କୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ମହାନଦୀର ବ୍ୟାକ୍ ଓ୍ୱାଟର ପଶି ବାଙ୍କୀର ବ୍ୟାପକ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି। ଶିମିଳିପୁର ଓ ବିଲିପଡ଼ାକୁ ସଂଯୋଗ କରୁଥିବା କଇଁଆ ନାଳ ଉପରେ ୩ ଫୁଟର ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିପରି ବିଲିପଡ଼ା ଓ ତାଳବସ୍ତକୁ ସଂଯୋଗ କରୁଥିବା ରାସ୍ତାରେ ଚାଲିଛି ୫ ଫୁଟ ଉଚ୍ଚର ପାଣି। ସେହିପରି କଇଁମୁଣ୍ଡି, କୁଷପଙ୍ଗି, ଶୁଖୁଆଖେଳା ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଯାତାୟତ କରିବା ନେଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ମହାନଦୀରେ ବନ୍ୟାଜଳ ଆସିବାରୁ ବୌଦ୍ଧ ଜିଲ୍ଲାବାସୀ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବୌଦ୍ଧରେ ମହାନଦୀ ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି। ଫଳରେ ତଳିଆ ଅଞ୍ଚଳରେ ପାଣି ପଶିଛି। ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଛି। ଜିଲ୍ଲାର ଜଗନ୍ନାଥ ସଡ଼କ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ହରଭଙ୍ଗାବୌଦ୍ଧ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଗକୁ ଜଳସ୍ତର ବଢିଲେ ନଦୀକୂଳିଆ ଲୋକେ ପ୍ରଭାବିତ ହେବେ।

 

ଆହୁରି ପଢ଼ନ୍ତୁ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

You might also like