ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା

କଟକ: ଆସନ୍ତାକାଲିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବାଲିଯାତ୍ରା ପଡ଼ିଆ। ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି । କିଏ ଟେଣ୍ଟ୍‌ ଭିଡ଼ିବାରେ ବ୍ୟସ୍ତ ତ ଆଉ କିଏ ଲାଇଟ୍ ସଜାଇବାରେ।

ଚଳିତବର୍ଷ ପାଖାପଖି ୪୪ଏକର ଜମିରେ ୧୩୦୦ରୁ ଅଧିକ ଷ୍ଟଲ୍‌ ଖୋଲିବ। ସେଥିମଧ୍ୟରୁ ଓର୍‌ମାସ୍‌ ପାଇଁ ୩୫୦ଷ୍ଟଲ୍‌ ରହିଛି। ଏହାସହ ଦର୍ଶକଙ୍କ ପାଇଁ ଚଳତିବର୍ଷ ଚହଟା ଓ ତ୍ରିଶୁଳିଆ ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ପଡ଼ିଆକୁ ଡଷ୍ଟ୍‌ ଫ୍ରି କରିବା ପାଇଁ କେମିକାଲ୍‌ ବ୍ୟବହାର ସହ ନୂଆ ରୂପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ କହିଛନ୍ତି। ଚଳିତ ବର୍ଷ ବାଲିଯାତ୍ରା ସହ ସିଟି ଫେଷ୍ଟିଭାଲ୍ ମଧ୍ୟ ଆୟୋଜନ ହେବ।

ଅନ୍ୟପଟେ ଦର୍ଶକ କିଭଳି ଶୃଙ୍ଖଳିତ ଭାବେ ବାଲିଯାତ୍ରା ବୁଲି ପାରିବେ ସେଥିପାଇଁ ଏକାଧିକ ଏଣ୍ଟ୍ରି ଓ ଏକ୍‌ଜିଟ୍ ପଏଣ୍ଟ୍‌ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ମୋଟ ୩୨ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ କରାଯିବ। ପୂରା ପଡ଼ିଆରେ ସାଦା ପୋଷାକଧାରୀ ପୁଲିସ୍‌ ବୁଲିବା ସହିତ ସିସିଟିଭି ମଧ୍ୟ ଲାଗିବ। ।

 

 

You might also like