ଜୁନ୍‌ ୩୦ରୁ ପୁରୀରେ କର୍ଫ୍ୟୁ

ପୁରୀ: ପୁରୀରେ ପୁଣି ଲାଗୁ ହେବ କର୍ଫ୍ୟୁ। ବାହୁଡା ଯାତ୍ରା ପାଇଁ ପୁଣି ପୁରୀରେ ଜାରି ହେବ କର୍ଫ୍ୟୁ। ଜୁନ୍‌ ୩୦ରୁ ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆସନ୍ତା ବୁଧବାର ବାହୁଡା ଯାତ୍ରାକୁ ଆଖି ଆଗରେ ରଖି ଜୁନ୍ ୩୦ ତାରିଖ ରାତି ୧୦ରୁ ଜୁଲାଇ ୨ ତାରିଖ ଯାଏ କର୍ଫ୍ୟୁ ଲାଗୁ ହେବ। ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ କର୍ଫ୍ୟୁ ଲାଗୁ ହେବ। ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।

୧ରୁ ୪ ତାରିଖ ନୀଳାଦ୍ରିବିଜେ ଯାଏ ଭକ୍ତଙ୍କ ପାଇଁ କଟକଣା ଲାଗୁ ହେବ। ୪ ଦିନ କୌଣସି ପର୍ଯ୍ୟଟକଙ୍କୁ ନରଖିବାକୁ ହୋଟେଲ, ଲଜ୍‌ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରେ ଥିବା ବ୍ୟକ୍ତିଗତ ଘର, ଧାର୍ମିକ ଅନୁଷ୍ଠାନର ସର୍ଭେ ହେବ।

ନିଜ ଘରେ କେବଳ ନିଜେ ରହିପାରିବେ, ବାହାର ଲୋକ ରଖିବାକୁ ମନା କରାଯାଇଛି। ଘରେ ରହି ପ୍ରଭୁଙ୍କୁ ଦର୍ଶନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ସଟଡାଉନ ଘୋଷଣା। ଜୁନ୍‌ ୨୨ ରାତି ୯ଟାରୁ ଜୁନ୍‌ ୨୪ ଦିନ ୨ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଥିଲା। କିନ୍ତୁ ୨୩ ତାରିଖ ରାତିରେ ଏହାକୁ ସାମାନ୍ୟ କୋହଳ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like