• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଆଜିଠାରୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ।  ସାନସାହି, ମାଲୁଦ ଓ ପଥରଗଞ୍ଜ ଅଞ୍ଚଳରେ ମୁଖ୍ୟତଃ ଫ୍ଲୁ ସଂକ୍ରମଣ ହୋଇଛି। ରୋଗ ଯେଭଳି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ସେଥିଲାଗି ସତର୍କତା ସ୍ୱରୂପ ଏ ସମସ୍ତ ଅଞ୍ଚଳରେ କୁକୁଡ଼ା ମରା ଆରମ୍ଭ ହୋଇଛି।

କୁକୁଡ଼ାଗୁଡିକୁ ମାରାଯିବା ପରେ ଗାତ ଖୋଲି ପୋତାଯାଇଛି। ପ୍ରଭାବିତ ଫାର୍ମରୁ ଏକ କିଲୋମିଟର ଦୂରତା ମଧ୍ୟରେ ଯେତେ ଫାର୍ମ ରହିଛି, ସେଥିରେ ଥିବା କୁକୁଡ଼ାଙ୍କୁ ମାରି ପୋତାଯିବ।

ସେହିପରି ଆଗାମୀ ୧୦ ଦିନ ପାଇଁ କୃଷ୍ଣପ୍ରସାଦ ବ୍ଲକରୁ କୁକୁଡ଼ା ଓ ଅଣ୍ଡା ଚାଲାଣ ଉପରେ କଟକଣା ଲଗାଯାଇଛି। ସତର୍କତା ଦୃଷ୍ଟିରୁ ଏହି ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲରେ ଶିଶୁଙ୍କୁ ସାମୟିକ ଭାବେ ଅଣ୍ଡା ଖାଇବାକୁ ନଦେବା ଲାଗି ନିଷ୍ପତ୍ତି ହୋଇଛି।

ପରିସ୍ଥିତିକୁ ନଜରରେ ରଖି ସିଡିଏମ୍ଓ ୧୦ଟି ଟିମ୍ ଗଠନ କରିଛନ୍ତି। ଆଜି ୫ଟି ଟିମ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିଭଳି ତିନିଟି ଟିମ୍‌କୁ କୃଷ୍ଣପ୍ରସାଦ ବ୍ଲକରେ ସଜାଗ ରଖାଯାଇଛି। ପରିସ୍ଥିତି ଉପରେ ନଜର ରଖାଯାଇଛି ଓ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ।

ଗତ ୯ ତାରିଖରେ କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ଓ ସିଆଳ ଜଙ୍ଗଲରେ ଶତାଧିକ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାର ଖୋଳତାଡ଼ ବେଳେ ନଟା ଠାକୁରାଣୀ ଓ ମାଲୁଦରେ ଥିବା ଦୁଇଟି ଫାର୍ମରେ ୨ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ପରେ  ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ଭୋପାଲ ପଠାଯାଇଥିଲା। ସଂଗୃହୀତ ୨୦ଟି ନମୁନା ମଧ୍ୟରୁ ୪ଟି ପିଜିଟିଭ୍ ବାହାରିଥିବା ମତ୍ସ୍ୟ ଓ ପ୍ରାଣୀ ସଂପଦ ସଚିବ ସୂଚନା ଦେଇଥିଲେ।

Culling-of-birds-in-progress-in-krushnaprasad-block-of-puri-district-after-lab-reports-confirm-occurrence-of-bird-flu
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories