• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଭଞ୍ଜନଗର ବାଇପାସ୍‌ର ଏକ ନିର୍ଜନ ସ୍ଥାନରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବୃଦ୍ଧାଙ୍କୁ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।  କରୋନା କାଳରେ ଅସହାୟ ବୃଦ୍ଧା ମାଆଙ୍କୁ ନେଇ ଜଙ୍ଗଲରେ ଛାଡ଼ିଦେବା ଘଟଣାରେ ବୃଦ୍ଧାଙ୍କୁ ତୁରନ୍ତ ଉଦ୍ଧାର କରିବା ପରେ ସହାୟତା ଯୋଗାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ସ୍ଥାନୀୟ ପ୍ରଶାସନ ଓ ସରପଞ୍ଚ ୮୫ ବର୍ଷିୟା ବୃଦ୍ଧାଙ୍କ ନିକଟରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏହାସହ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଆଡମିଶନ୍ କରାଇ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ବୃଦ୍ଧାଙ୍କ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି ବୋଲି ଜଣାପଡିଛି। ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଝିଅ ଅଙ୍ଗନବାଡ଼ି କର୍ମୀ ବୋଲି ଜଣାପଡ଼ିଛି। ବୃଦ୍ଧାଙ୍କୁ ସାମାଜିକ ସହାୟତା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବୃଦ୍ଧାଙ୍କୁ ତାଙ୍କ ନିଜ ଘରେ ଥଇଥାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ନାଗରିକଙ୍କ ପ୍ରତି ଅମାନୁଷିକ ବ୍ୟବହାରକୁ ବରଦାସ୍ତ କରାଯିବନି ସଚିବ କହିଛନ୍ତି।

କରୋନା କାଳରେ କାମଧନ୍ଦା ନ ମିଳିବା ସହ ଆଶ୍ରା ନମିଳିବାରୁ ଅସହାୟ ବୃଦ୍ଧା ମାଆଙ୍କୁ ନିଛାଟିଆ ସ୍ଥାନରେ ଛାଡ଼ି ପଳାଇବା ଉଦ୍ୟମ ବେଳେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ଅଟକ ରଖି ପୋଲିସର ପଚରା ଉଚରା କରିଥିଲେ। ଭଞ୍ଜନଗର ସହରର ଲୋହରାଖଣ୍ଡି ନଦୀ ପାଖ ବାଇପାସ ରାସ୍ତାର ଏକ ନିର୍ଜନ ସ୍ଥାନରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ପୋଲିସ ଚିକିତ୍ସା ଲାଗି ଉପଖଣ୍ଡ ମେଡିକାଲକୁ ପଠାଇଥିଲା।

ମଧ୍ୟାହ୍ନ ସମୟରେ ଦୁଇଜଣ ଯୁବକ ନିଜ ବୃଦ୍ଧା ମାଆଙ୍କୁ ବାଇପାସ୍ ସ୍ଥିତ ଏକ ନିର୍ଜନ ସ୍ଥାନକୁ ନେଉଥିଲେ। ଏହି ଦୃଶ୍ୟ ଦେଖିବା ପରେ ପରେ ସ୍ଥାନୀୟ ଲୋକେ ସନ୍ଦେହ କରି ଏ ନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ପଦକ୍ଷେପ ନେଇ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ପଠାଇଥିଲେ। ବୃଦ୍ଧା ଜଣଙ୍କ ଗୋଳନ୍ଥରା ଥାନା ଚଟି ଅଞ୍ଚଳର ବୋଲି ଜଣାପଡିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ୨ ଦିବ୍ୟାଙ୍ଗ ପୁଅ ଓ ଝିଅକୁ ନେଇ ସେ ରହୁଥିଲେ।

Cs-is-ordered-to-provide-all-facilities-to-helpless-old-man
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories