ସୀମା ପାର ହେଲା ସାବତ ମାଆର ଅମାନବିକତା

ରାୟଗୁଡ଼ା:ସୀମା ପାର ହେଲା ସାବତ ମାଆର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ ବୁଝାଇବା ପରିବର୍ତ୍ତେ କଡ଼ା ଶାସ୍ତି ଦେଇଛି ମାଆ। ଏପରି କିଛି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଉକୁମ୍ବା ଅଞ୍ଚଳରେ।

ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ତାଙ୍କ ପୁଅକୁ ଚେଙ୍କ ଦେଇଥିବା ନେଇ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଶିଶୁ ସୁରକ୍ଷା ୟୁନିଟ୍ ଅନୁସନ୍ଧାନ କରିବା ସହ ଥାନାରେ ଏତଲା କରିଥିଲେ। ଖବର ପାଇଁ ପୁଲିସ୍ ଅଭିଯୁକ୍ତ ବାପା, ମାଆଙ୍କୁ ଥାନାକୁ ଆଣି ପଚରାଉଚରା କରିଛି।

You might also like