ବିଜେପି ୱାର୍ଡ ଅଫିସ୍‌କୁ ବୋମା ମାଡ଼

ଭୁବନେଶ୍ୱର :  ବିଜେପିର ଏକ ୱାର୍ଡ ଅଫିସ୍‌କୁ ଲକ୍ଷ୍ୟ କରି ବୋମାମାଡ଼।  ଭୁବନେଶ୍ୱର ୟୁନିଟ ୮ର ଡେଲ୍‌ଟା କଲୋନୀ ନିକଟରେ ଥିବା ଏକ ୱାର୍ଡ ଅଫିସକୁ ଲକ୍ଷ୍ୟ କରି ୩ଟି ବୋମା ମାଡ଼ ହୋଇଛି। ଦେବେ ବୋମା ଗୁଡ଼ିକ ଫୁଟି ନଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଛି।

ଅଭିଯୋଗ ଅନୁସାରେ ସିଲ୍‌ଭର ରଙ୍ଗର ବୁଲେଟ ଓ ପଲସରରେ ୪ ଜଣ ଯୁବକ ଆସି ବୋମା ମାଡ଼ କରି ପଳାଇ ଯାଇଛନ୍ତି। ମାତ୍ର ସେମାନଙ୍କ ପତ୍ତା ମିଳିପାରିନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

 

 

You might also like