ଧନୀ ହାଇସ୍କୁଲ୍ ଶିକ୍ଷକ ଘରେ ଚଢ଼ଉ କଲା ଭିଜିଲାନ୍ସ

କେନ୍ଦ୍ରାପଡ଼ା: ଜମପଡ଼ା ହାଇସ୍କୁଲ୍ ଶିକ୍ଷକ ରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ହୋଇଛି।

ଶିକ୍ଷକ ରଞ୍ଜନ ନାୟକଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ସହ ଅନେକଗୁଡ଼ିଏ ସ୍ଥାବର ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଜବତ ହୋଇଛି।

ରଞ୍ଜନ ଜମପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଅଛନ୍ତି। ରଞ୍ଜନଙ୍କର ୫ଟି ଟ୍ରକ୍ ଓ ୫୦୦ ଗ୍ରାମ ଓଜନର ସୁନାଗହଣା, ମୋଟର ସାଇକେଲ ଓ କାର୍ ଥିବା ଜଣାପଡ଼ିଛି।

 

You might also like