ଜନବସତି ମଧ୍ୟକୁ ପଶି ଅାସିଛନ୍ତି ହାତୀ ପଲ

କୋରାପୁଟ : ଜନବସତି ମଧ୍ୟକୁ ପଶି ଅାସିଛନ୍ତି ହାତୀ ପଲ । ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ କରିଛନ୍ତି ହାତୀ । ଏପରି କିଛି ଘଟଣା ଏବେ ଦେଖିବାକୁ ମିଳିଛି କୋରାପୁଟ ବନାଞ୍ଚଳ ନାରାୟଣପାଟଣା ଅାଲମଣ୍ଡା ସେକ୍ସନ୍‌ରେ ।

ଭଦ୍ରାପାଲ୍ଲୀ ନିକଟ ଗାଁରେ ୭ ଜଣିଅା ହାତୀ ପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ପଡ଼ୋଶୀ ରାଜ୍ୟରୁ ହାତୀ ପଲକୁ ଘଉଡ଼ାଇବା ଯୋଗୁଁ ସେମାନେ ଓଡ଼ିଶାରେ ପଶିଥିବା ଅଭିଯୋଗ ହୋଇଛି । ହାତୀ ପଲଙ୍କ ଅାତଙ୍କ ଯୋଗୁଁ  ମକା ଚାଷ ସହ କିଛି ଲୋକଙ୍କ ଘର ଭାଙ୍ଗିଥିବା ଜଣାପଡ଼ିଛି ।

ଅନ୍ୟପଟେ ବନ ବିଭାଗ ପକ୍ଷରୁ ୨୦ ଜଣିଅା ଟିମ୍ ଗଠନ କରି ହାତୀ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ ଥିବା ବିଭାଗ ପକ୍ଷରୁ କୁହାଯାଇଛି ।

You might also like