ପେତାଇ ପ୍ରଭାବରେ ଫସଲ ନଷ୍ଟ ସହ ୫୦ରୁ ଅଧିକ ଗୋରୁ ମୃତ

ରାୟଗଡ଼ା/ଗଞ୍ଜାମ: ସାମୁଦ୍ରିକ ଝଡ଼ ପେତାଇ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲାରେ କପା ଚାଷ ବହୁଳ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଜିଲ୍ଲାର ରାୟଗଡ଼ା ଓ କୋଲନରା ଅଞ୍ଚଳରେ କପାଚାଷ ଉଜୁଡ଼ି ଯାଇଥିବା ଅଭିଯୋଗ ହୋଇଛି।

କିଛି ଦିନ ପରେ ଚାଷୀ କପା ଅମଳ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଦିନିଆ ବର୍ଷାରେ କପା ଫସଲ ନଷ୍ଟ ହେବା ସହ ମଞ୍ଜିରେ  ଗଜା ହେବା ଦେଖାଦେଇଛି। ପ୍ରଥମେ ତିତଲି ଆଉ ଏବେ ପେତାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଏବେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ଚାଷୀ।

ସେହିଭଳି ପେତାଇ ପ୍ରଭାବରେ ହୋଇଥିବା ବର୍ଷା ଓ କୋହଲା ପାଗ କାରଣରୁ, ନିମୋନିଆରେ ଆକ୍ରାନ୍ତ ହୋଇ ଆସିକା ବ୍ଲକର ଲଣ୍ଡାଜୁଆଳି ଗ୍ରାମରେ ୫୦ରୁ ଅଧିକ ଗାଇ ଓ ବାଛୁରୀଙ୍କ ମୃତ୍ୟୁ ହୋଇଛି।

ଘଟଣା ଘଟିବା ପରେ ପ୍ରାଣୀଧନ ବିଭାଗର କର୍ମଚାରୀ ଲଣ୍ଡାଜୁଆଳିଗ୍ରାମରେ ପହଞ୍ଚି ଗାଇ ଗୋଠରେ ଥିବା ଅନ୍ୟ ଗାଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖିଥିଲେ। ଦୁର୍ବଳ କାରଣରୁ ନିମୋନିଆରେ ଗାଇଙ୍କ ମୃତ୍ୟୁ ହୋଇଥିବା ପ୍ରାଣୀଧନ ଚିକିତ୍ସକ କହିଥିବା ବେଳେ କ୍ଷତିପୂରଣ ଲାଗି ଗୋପାଳକ ଦାବି କରିଛନ୍ତି।

You might also like