ହାତୀ ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ

ବାଲେଶ୍ୱର/କେନ୍ଦୁଝର: ହାତୀକୁ ନେଇ ସାରା ରାଜ୍ୟରେ ଏବେ ଚିନ୍ତା ଲାଗି ରହିଛି। ହାତୀ ଉପଦ୍ରବ ଯୋଗୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ବର୍ଷସାରା ଜମିରେ ଖଟି ଚାଷୀ ଫସଲ ଫଳେଇବ। କିନ୍ତୁ ଠିକ୍‌ ଅମଳ ବେଳକୁ ହାତୀ ଖେତ ଉଜାଡ଼ି ଦେବ, ଫସଲ ନଷ୍ଟ କରିଦେବ। ଏମିତି ଘଟଣା ଓଡ଼ିଶା ପାଇଁ ନୂଆ ନୁହେଁ। ବହୁବାର ଏଭଳି ଘଟିଛି।

କିନ୍ତୁ ସବୁଥର ପରି ପ୍ରଶାସନ ସ୍ଥାଣୁତା ନେଇ ପ୍ରଶ୍ନ ଉଠିଛି। ବନ ବିଭାଗ ହାତୀକୁ ଘଉଡ଼ାଇବା ପାଇଁ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଚାଷୀ। ଏଥର ମଧ୍ୟ ସେଇ ସମାନ ଅବସ୍ଥା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଓ ବାଲେଶ୍ୱର ଜିଲ୍ଲାର ନୀଳଗିରିରେ।

ଆମେ କହୁଛୁ, ତେଲ୍‌କୋଇ ବ୍ଲକ୍‌ ଜଟ ଗାଁର ଦୁହିତା ମହାକୁଡ଼ଙ୍କ କଥା। ୭ ପ୍ରାଣୀକୁ ନେଇ ତାଙ୍କର କୁଟୁମ୍ବ। ଏଥର ଦୁଇ ମାଣ ଜମିରେ ଫସଲ କରିଥିଲେ ଦୁହିତା। ହେଲେ ଅମଳ ବେଳକୁ ଦାଉ ସାଧିଲା ହାତୀ। ଦଳିଚକଟି ସବୁକିଛି ନଷ୍ଟ କରିଦେଲା।

ସବୁ ବର୍ଷ ଠିକ୍ ଧାନ ଅମଳ ବେଳକୁ ଉପଦ୍ରବ କରୁଛନ୍ତି ହାତୀ। ଧାନ ଅମଳ ଠିକ୍ ଭାବେ ହୋଇପାରୁନାହିଁ। ଚଳିତ ବର୍ଷ ମଧ୍ୟ ହାତୀ ଉପଦ୍ରବ ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି।

କେବଳ ଦୁହିତା ମହାକୁଡ଼ ନୁହଁନ୍ତି, ଗାଁର ପ୍ରାୟ ୨୫ଜଣ ଚାଷୀ ହାତୀଙ୍କ ଯୋଗୁ କ୍ଷତିଗ୍ରସ୍ତ ହୋଇଛନ୍ତି। ଘଞ୍ଚ ଜଙ୍ଗଲ ଥିବାରୁ ହାତୀ ଘଉଡ଼ାଇବାରେ ଅସୁବିଧା ହେଉଛି। ଚାଷୀମାନଙ୍କ ଅଭିଯୋଗ ଆଧାରରେ କ୍ଷତି ପୂରଣ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ତେଲ୍‌କୋଇ ବନାଞ୍ଚଳ ଅଧିକାରୀ କହିଛନ୍ତି।

ସେହିପରି ବାଲେଶ୍ୱର ନୀଳଗିରିରେ ମଧ୍ୟ ଦେଖିବାକୁ ମିଳିଛି ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ଚଳିତ ବର୍ଷ ସମୟ ପୂର୍ବରୁ ହାତୀପଲ ନୀଳଗିରିରେ ପଶିଛନ୍ତି। ବିଲରେ ଧାନ ପାଚିବା ବେଳକୁ ପ୍ରାୟ ୩୦ରୁ ଅଧିକ ହାତୀ ପଶିଛନ୍ତି। ମୟୂରଭଞ୍ଜର ନଡ଼ପୁର, ଦୁର୍ଗାଦେବୀ ଓ ବାଲେଶ୍ୱରର ପୁନ୍ଦାଳ, କାଠପାଳ ଦେଇ ଗୋପାଳପୁର ସଂଗ୍ରକ୍ଷଣ ଜଙ୍ଗଲରୁ ଆସୁଛନ୍ତି ହାତୀ।

ଅନ୍ୟପଟେ ଜନବସତିଙ୍କ ସୁରକ୍ଷାକୁ ନେଇ ଯୁଦ୍ଧଜାଳୀନ ଭିତ୍ତିରେ ଭାଙ୍ଗିଯାଇଥିବା ସୌରବାଡ଼କୁ ବନବିଭାଗ ପକ୍ଷରୁ ସଜଡ଼ା ଯାଇଛି।

ଆହୁରି ପଢ଼ନ୍ତୁ

ଓଡ଼ିଶା ପୋଲିସ୍ ଡିଜିଙ୍କୁ ଜାତୀୟ ST କମିଶନଙ୍କ ଚିଠି

କରୋନାରୁ ସୁସ୍ଥ ହେଲେ ୧୭୮୫ ଆକ୍ରାନ୍ତ

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ୍ ଡିଜି

କୁଷ୍ଠରୋଗୀ କହି ବାସନ୍ଦ କରିଦେଲେ, ପାଇପ୍ ଭିତରେ ବିତୁଛି ଜୀବନ

ଭାଇରାଲ୍ ଅଡ଼ିଓ ପ୍ରସଙ୍ଗ: ଲକ୍ଷ୍ମୀକାନ୍ତଙ୍କୁ ପୋଲିସ ଉଠାଇ ନେବା ପରେ ଚିନ୍ତାରେ ବାପା ଶଯ୍ୟାଶାୟୀ

ଅଡିଓ ଭାଇରାଲ ପ୍ରସଙ୍ଗ: ଗିରଫ ଲକ୍ଷ୍ମୀକାନ୍ତଙ୍କୁ ଭେଟିଲା କଂଗ୍ରେସ

ଲୋକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ କାହିଁକି ଡରୁଛନ୍ତି ରାଜ୍ୟ ସରକାର?

ଭୁବନେଶ୍ୱରରୁ ଆଉ ୧୦୯ କରୋନା ପଜିଟିଭ୍ ଚିହ୍ନଟ

ଆଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି

କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ

ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସମ୍ୱଲପୁରରେ ହେବନି ସଟ୍‌ଡାଉନ୍

You might also like