୪ ଦିନ ହେଲା ମଣ୍ଡିରୁ ଉଠୁନି ଧାନ

ଭୋକ ଉପାସରେ ଜଗି ବସିଛି ଚାଷୀ

 କଟକ/ ମୟୂରଭଞ୍ଜ: ଖୋଲା ଆକାଶ ତଳେ ଧାନ ପଡ଼ିବାର ୪ଦିନ ବିତିଲାଣି । କିନ୍ତୁ ମିଲର୍‌ କି ସୋସାଇଟି କର୍ତ୍ତୃପକ୍ଷ କାହାରି ଦେଖାନାହିଁ। ଫଳରେ ମଣ୍ଡିରୁ ଉଠି ପାରୁନି ଧାନ । ଶୀତ କାକରରେ ମଣ୍ଡି ବାହାରେ ଗଦା ହୋଇଛି ଚାଷୀର କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ। ତେଣୁ ବାଧ୍ୟ ହୋଇ ଭୋକ ଉପାସରେ ପଡି ବର୍ଷକର ଫସଲକୁ ଜଗି ରହିଛି ଚାଷୀ ।

କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ ଅଧୀନରେ ଥିବା ଜଗନ୍ନାଥପୁର ସେବା ସମବାୟ ସମିତିରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ଜଗନ୍ନାଥପୁର ଅଞ୍ଚଳ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଣ୍ଡିରୁ ମିଲର ନିର୍ଦ୍ଧାରିତ ପରିମାଣର ଧାନଠାରୁ ବହୁ କମ୍‌ ପରିମାଣର ଧାନ ଉଠାଉଛନ୍ତି। ଆଉ ଧାନ ନେବାକୁ ମିଲର ଆସୁନଥିବାରୁ ସାଇଟିର ସେକ୍ରେଟାରୀ ମଧ୍ୟ ଅସହାୟତା ପ୍ରକାଶ କରିଛନ୍ତି।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ୫ଦିନ ହେଲା ମଣ୍ଡିରେ ଧାନ ପଡ଼ି ରହିଛି। ମିଲର୍‌ କି ପ୍ରଶାସନିକ ଅଧିକାରୀ କାହାରି ଦେଖା ନାହିଁ।  କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ଜାମଢ଼ିହା ମଣ୍ଡିରେ ମଧ୍ୟ ସମାନ ଅବସ୍ଥା।

ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସମବାୟ ସମିତିର ସହକାରୀ ନିବନ୍ଧକ କହିଛନ୍ତି। ଚାଷୀଙ୍କ ଧାନ କିଣିବାକୁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ ଚାଷୀ ମଣ୍ଡିରେ ଧାନ ବିକି ନପାରି ଦଲାଲଙ୍କୁ ଦେବାକୁ ବାଧ୍ୟ ହେଉଥିବା ଅଭିଯୋଗ ଆସୁଛି।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like