ଢେଙ୍କାନାଳ ଜିଲ୍ଲାରେ ଫୋନି ତାଣ୍ଡବରେ ଚାଷୀଙ୍କ ବ୍ୟାପକ କ୍ଷତି

ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଡାଳୁଅ ଧାନ ସମେତ ମୁଗ ବିରି ଫସଲରେ ପାଣି ଜମି ଫସଲ ନଷ୍ଟ ହୋଇଛି।

 

କେବଳ ଏତିକି ନୁହେଁ କାଜୁ ପନିପରିବା ଚାଷରେ ଫୋନି ଜନିତ ବର୍ଷାର ପ୍ରଭାବ ଦେଖାଦେଇଛି। ସେପଟେ ଫୋନି କ୍ଷୟକ୍ଷତିର ଆକଳନ ଚାଲିଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ। ଏହାସହ ଆଗକୁ ଚାଷୀଙ୍କ ଅଣ୍ଟା ସଳଖିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ। 

 

You might also like