• translate
Mihir Pattnayak

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଧାନ କ୍ଷେତରେ ବାର୍‌ହା ଉପଦ୍ରବ ଯୋଗୁଁ ନଷ୍ଟ ହୋଇଛି ଏକର ଏକର ଧାନ ଫସଲ। ଲଲଲହ ହେଉଥିବା ପାଚିଲା ଧାନ ଖାଇ ନଷ୍ଟ କରିଛନ୍ତି ବାର୍‌ହା। ଏବେ ବାର୍‌ହା କବଳରୁ ବଳକା ଧାନ ବଞ୍ଚାଇବା ବି ମୁସ୍କିଲ ହୋଇପଡ଼ିଛି । ବାର୍ହା ଉପଦ୍ରବ ରୋକିବା ଦିଗରେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି । କେମିତି ଧାର କରଜ ଶୁଝିବେ, ସେଇ ଚିନ୍ତାରେ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ।

ଏବେ ବି ସଞ୍ଜ ନଇଁଲେ କ୍ଷେତରେ ପଶି ଉତ୍ପାତ କରୁଛନ୍ତି ବାର୍ହା ପଲ। ନଷ୍ଟ କରୁଛନ୍ତି ପାଚିଲା ଧାନ। ଉପଦ୍ରବରେ ଏଯାବତ୍ ଉଜୁଡ଼ିଯାଇଛି ଶହ ଶହ ଏକର ଧାନ ଫସଲ। ବିନିକା ବନ ବିଭାଗ ଅଧିନରେ ଥିବା ବିଭିନ୍ନ ଅଞ୍ଚଳର ଚାଷୀ ଧାନ ଚାଷ କରିଛନ୍ତି। ଝାଳବୁହା ପରିଶ୍ରମକୁ ବନ୍ୟଜନ୍ତୁ କବଳରୁ ବଞ୍ଚାଇବାକୁ କ୍ଷେତରେ ଭାଡ଼ି କରି ଡ୍ରମ୍ ବଜାଇବା ସହ ଦିନ ରାତି ଜଗି ରହୁଛନ୍ତି । ତଥାପି ସେମାନଙ୍କର ସବୁ ପରିଶ୍ରମ ବୃଥା ହୋଇଛି। ବାର୍ହା ଉପଦ୍ରବ କଥାକୁ ସ୍ୱୀକାର କରିବା ସହ ତଦନ୍ତ କରି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି  ଦେଇଛନ୍ତି ରେଞ୍ଜର।

Other Stories

  • Dibyanga Man
    Divyang Man ମତେ ଛାଡ଼… ମୁଁ ଆଜି କିରୋସିନି ଢ଼ାଳି ହେଇ ମରିବି…

    ପାରାଦୀପ ଲକ୍ ଥାନା ସମ୍ମୁଖରେ ହେମନ୍ତ ପ୍ରଧାନ ନାମକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଘର ନିକଟସ୍ଥ କୋଠି ଗାଁରେ। ଦେହରେ କିରାସିନି ଢାଳି ସେ ନିଜକୁ ଜାଳିବାକୁ ଉଦ୍ୟମ କଲାବେଳେ ପୋଲିସ...

  • BJP Protest
    Mamita Murder Case ଦୌଡି ଦୌଡି ଆସିଲେ ଅଣ୍ଡା ମାରିଦେଇଗଲେ

    ପୋଲିସକୁ ଅଣ୍ଡା ମାଡ଼ । ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି ।

  • DRDO Espionage Case
    DRDO Espionage Case ଦୁବାଇରୁ ଆସିଥିଲା ଟଙ୍କା

    DRDO ହନିଟ୍ରାପ୍ ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି.. ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜରୁ ଆସିଥିଲା ୨୪ ହଜାର ଟଙ୍କା.. ରାହସ୍ୟମୟୀ ମହିଳା ରାଜସ୍ଥାନ ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ମଧ୍ୟ ହନିଟ୍ରାପ୍...

  • Bar
    Bhubaneswar Bars & Pubs ରଙ୍ଗଶାଳାର ରଙ୍ଗ ଛାଡ଼ିଗଲା, ବାରରେ ଝୁଲିଲା ତାଲା

    ଚାଲିଥିଲା ନାଚଗୀତ। ଖୁଲମଖୁଲା ହେଉଥିଲା ବେପାର। ମସଗୁଲ ହୋଇ ମଦ ପିଉଥିଲେ ମଦ୍ୟପ। ହଠାତ ରଙ୍ଗଶାଳାର ଝକିମିକି ଲାଇଟ ଲିଭିଗଲା। କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଚଢାଉ। ମନୀଷ ହତ୍ୟାକାଣ୍ଡ ପରେ ସ୍କାନରରେ ବାର।...