ସାମୁଦ୍ରିକ ଝଡ଼ ପେତାଇ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

କୋରାପୁଟ: ସାମୁଦ୍ରିକ ଝଡ଼ ପେତାଇ ଚାଷୀଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି। ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ବ୍ୟାପକ ଧାନ ଫସଲ ସହ ପନିପରିବା ଚାଷ ବି ନଷ୍ଟ ହୋଇଛି।

ଧାନ ଅମଳ ସାରି କାଟିବା ବେଳକୁ ଦାଉ ସାଜିଲା ପ୍ରକୃତି। ଅମଳ ଧାନ ବର୍ଷାରେ ଭିଜିଗଲା। ଆଉ ତା’ପରେ କିଏ ଧାନ କାଟି ଖଳାରେ ରଖିଛି ତ ପୁଣି କିଏ ଓଦା ଧାନକୁ ବସ୍ତାରେ ଭର୍ତ୍ତି କରୁଛି।

ଏହାରି ଭିତରେ କେତେକ ଧାନ ଫସଲ ନଷ୍ଟ ହେବା ନେଇ ଆଶଙ୍କା ରହିବା ସହ ଧାନର ମାନ ବି ହ୍ରାସ ପାଇବା ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ବ୍ଲକ୍‌ ବାଲିଆ, ପଲକାପୁଟ, ଦିଗାପୁର ଅଞ୍ଚଳରେ। ସେହିପରି ବ୍ଲକର ଦଳେଇପୁଟରେ ପନିପରିବା ଫସଲ ଉପରେ ଅଦିନିଆ ବର୍ଷା ଦାଉ ସାଧିଛି।

ଏଯାଏ ବିଭାଗୀୟ ଅଧିକାରୀମାନେ କ୍ଷେତ ଅନୁଧ୍ୟାନ କରିନାହାନ୍ତି କି ଆକଳନ କରିନାହାଁନ୍ତି। କେବଳ ସାମୂଦ୍ରିକ ଝଡ଼ ଆସିବା ପୂର୍ବରୁ ଚାଷୀଙ୍କୁ ସତର୍କ ସୁଚନା ଦେଇ ଚୁପ ବସିଛି କୃଷି ବିଭାଗ। ଅନ୍ୟପଟେ ବେଶ୍ କ୍ଷୟକ୍ଷତିର ସୂଚନା ନଥିବା ଜିଲ୍ଲା କୃଷି ଅଧିକାରୀ ଉମେଶଚନ୍ଦ୍ର ସାହୁ କହିଛନ୍ତି। ତଥାପି କ୍ଷୟକ୍ଷତି ଆକଳନ ପାଇଁ ଟିମ୍ ଗଠନ କରାଯାଇଛି  ବୋଲି ସେ କହିଛନ୍ତି।

 

You might also like