ମଣ୍ଡିରେ ପଡ଼ିଛି ଧାନ, ମିଲରଙ୍କ ଦେଖା ନାହିଁ

ଅମଳ ପରେ ବିକ୍ରି ଲାଗି ବଢୁଛି ଚିନ୍ତା

ଉଦଳା (ମାନସ ପାଣି):  ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ଚାଷୀ ନିଜର ଧାନକୁ ମଣ୍ଡିରେ ପକାଇ ଦିନ ରାତି ଜଗି ରହିଥିବା ଦେଖିବାକୁ ମିଳିଛି। ଝାଳବୁହା ପରିଶ୍ରମ କରି ଧାନ ଅମଳ କରି ମଧ୍ୟ ତାହାକୁ ବିକ୍ରି କରିବାକୁ ସେମାନଙ୍କ ଚିନ୍ତା ବଢିବାରେ ଲାଗିଛି। ଧାନ  ମଣ୍ଡିରେ ପଡିଥିବା ବେଳେ  ମିଲରଙ୍କ ଦେଖାନାହିଁ । ଧାନ ମଣ୍ଡିରେ ଶୀତ କାକରରେ ଜଗି ରହିଛନ୍ତି ଚାଷୀ ।

ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକର ଜାମଡିହା ଲ୍ୟାମ୍ପସରେ ୨୦ରୁ ଅଧିକ ଚାଷୀଙ୍କର ଶହ ଶହ କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି। ଭୋକ ଉପାସରେ ଚାଷୀ  ଦିନ ରାତି ଧାନକୁ ଜଗି ରହିଛନ୍ତି। ହେଲେ କାହାରି ଦେଖା ନାହିଁ। କେବଳ ଜାମଡିହା ନୁହେଁ, ଉଦଳା, ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକର ବିଭିନ୍ନ ଲ୍ୟାମ୍ପସରେ ମଧ୍ୟ ଏହି ସମସ୍ୟା। ଲାଗି ରହିଛି।

କିଛି ଚାଷୀ ଦିନ ଦିନ ଧରି ମଣ୍ଡିରେ ଜଗିବା ପରେ ବାହାର ରାଜ୍ୟର ଦଲାଲଙ୍କୁ କମ୍ ଦରରେ ଧାନ ବିକ୍ରି କରିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏ ସମ୍ପର୍କରେ କପ୍ତିପଦା ଉପଖଣ୍ଡ ସମବାୟ ସହକାରୀ ନିବନ୍ଧକଙ୍କୁ ପଚାରିବାରୁ ସେ କହିଛନ୍ତି, ଚାଷୀ ତରତର ହୋଇ ଧାନ ଆଣିଦେଇଛନ୍ତି । ଧୀରେ ଧୀରେ ସମସ୍ତଙ୍କର ଧାନ କିଣାଯିବ । ବର୍ଷକର କଷ୍ଟ ଉପାର୍ଜିତ ଅମଳକୁ ବିକ୍ରି କରି ଚାଷୀ ପରିବାର ପ୍ରତିପୋଷଣ କରିବା ପାଇଁ ଆଶା ରଖିଥିବା ବେଳେ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଶୀଘ୍ର ସମାଧାନ କରିବା ଜରୁରୀ ହୋଇ ପଡିଛି।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like