କୁଆଖାଇ ନଦୀକୁ ପଶି ଆସିଛି ଥଣ୍ଟିଆ କୁମ୍ଭୀର, ଭୟଭୀତ ଲୋକେ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କୁଆଖାଇ ନଦୀକୁ ପଶି ଆସିଛି ଏକ ଥଣ୍ଟିଆ କୁମ୍ଭୀର। ଏହା ଜଣାପଡ଼ିବା ପରେ ନଦୀ କୂଳରେ ରହୁଥିବା ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ପ୍ରାୟ ୬ରୁ ୮ ଫୁଟ ଲମ୍ବର ଏହି କୁମ୍ଭୀରକୁ ହରିଦାସପୁର-ବଙ୍ଗୁଆରୀ ନିକଟରେ ଲୋକେ ଦେଖିଥିବା କହିଛନ୍ତି। ନଦୀକୂଳରେ ଏକ ବାଛୁରୀ ବୁଲୁଥିବା ବେଳେ କୁମ୍ଭୀର ଆକ୍ରମଣ କରିଥିଲା। ହେଲେ ଅଳ୍ପକେ ବାଛୁରୀଟି ବର୍ତ୍ତି ଯାଇଛି।

ଗତକାଲି ସନ୍ଧ୍ୟାରେ ବାଲିପାଟଣା ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରାଯାଇଛି। ଲୋକଙ୍କୁ ନଦୀ ମଧ୍ୟକୁ ଯିବାପାଇଁ ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ

You might also like