ଯୁବକଙ୍କୁ ଟାଣିନେଲା କୁମ୍ଭୀର

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଅଞ୍ଚଳ ବୈତରଣୀ ନଦୀରେ ନେଢ଼ୁଆଳି ଗାଁର ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ମୃତ ଯୁବକଙ୍କ ନାଁ ହେମନ୍ତ ମାଝୀ। ତାଙ୍କ ଘର ନେଢ଼ୁଆଳି ଗାଁରେ।

ଗତକାଲି ସକାଳେ ହେମନ୍ତ ନଦୀ ପାଖ ବିଲକୁ ଧାନ ରୋଇବା ପାଇଁ ଯାଇଥିଲେ। ହେଲେ ବିଳମ୍ୱ ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଏପରିକି ନଦୀରେ ମଧ୍ୟ ଖୋଜାଖୋଜି ହୋଇଥିଲା। ତେବେ କୁମ୍ଭୀର ମୁହଁରେ ହେମନ୍ତଙ୍କ ମୁଣ୍ଡ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡକୁ ଛାଡିଦେଲେ ଆଉ ସବୁ ଅଂଶକୁ କୁମ୍ଭୀର ଖାଇଦେଇଥିବା ଜଣାପଡ଼ିଛି।

ପୁଲିସ୍‌ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହେମନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ହେମନ୍ତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗାଁଲୋକେ ନିବେଦନ କରିଛନ୍ତି।
You might also like