ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ, ଟାଣିନେଲା କୁମ୍ଭୀର

ଆଳି: ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଜଣେ ୧୬ ବର୍ଷର ବାଳକକୁ କୁମ୍ଭୀର ଟାଣି ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପାରିମକୁନ୍ଦପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ପ୍ରାୟ ୨ଟା ସମୟରେ ପାରିମକୁନ୍ଦପୁର ଗାଁର ଭୋଳାନାଥ ବେହେରାଙ୍କ ପୁଅ ରୁଦ୍ର ୪ଜଣ ସାଙ୍ଗଙ୍କ ସହ ଶୌଚ ପାଇଁ ଖରସ୍ରୋତା ନଦୀ ତୁଠକୁ ଯାଇଥିଲେ। ଏହି ସମୟରେ ରୁଦ୍ରଙ୍କୁ କୁମ୍ଭୀର ଟାଣି ନେଇଥିଲା ବୋଲି ତାଙ୍କ ସାଙ୍ଗମାନେ କହିଛନ୍ତି।

ଖବର ଜଣାପଡ଼ିବା ପରେ ଅଗ୍ନିଶମ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ରୁଦ୍ରଙ୍କୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ କିଛି ଘଣ୍ଟା ପରେ ଆଳି ରାଣୀପୋଖରୀ ଗାଁ ଖରସ୍ରୋତା ନଦୀ ପାର୍ଶ୍ୱରୁ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ରୁଦ୍ରଙ୍କୁ ମାତ୍ର ୧୬ ବର୍ଷ ବୋଲି ଜଣାପଡ଼ିଛି।

You might also like