ଅଳାଇଲୋ ଗାଁ ନିକଟରୁ କୁମ୍ଭୀରର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡା ମହାକାଳପଡା ବ୍ଲକ୍‌ର ଅଳାଇଲୋ ଗାଁ ନିକଟରୁ ଏକ ମୃତ କୁମ୍ଭୀର ଉଦ୍ଧାର କରାଯାଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ତିନିରୁ ଚାରିଫୁଟ ହେବ। ମୃତ କୁମ୍ଭୀରଟି ଗୋବରୀ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ।

କୁମ୍ଭୀରଟିର ଶରୀର ପଚିସଢି ଯାଇଥିବାରୁ କିଛି ଦିନ ପୂର୍ବରୁ କୁମ୍ଭୀରଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

You might also like