ମାଛ ଧରିବାକୁ ନଈରେ ବନ୍‌ସି ପୋତିଥିଲେ; କିନ୍ତୁ ବନ୍‌ସିରେ ଯାହା ଲାଗିଲା ତାହା ଦେଖି ସମସ୍ତେ ଛାନିଆ

ଯାଜପୁର: ବଡ଼ ମାଛ ଧରିବା ପାଇଁ ଥୋପ ଦେଇ ନଈରେ ବନ୍‌ସି ପୋତିଥିଲେ ଲୋକେ। ରାତି ପାହିଲା ବେଳକୁ ବନ୍‌ସିରେ ବଡ଼ମାଛ ପଡ଼ିଥିବ ବୋଲି ଭାବି ନଈକୂଳକୁ ଆସିଥିଲେ। କିନ୍ତୁ ବନ୍‌ସିରେ ଯାହା ଲାଗିଥିଲା ତାହା ଦେଖିବାମାତ୍ରେ ସମସ୍ତେ ଭୟରେ ଦଉଡ଼ିଥିଲେ ଉପର ଆଡ଼କୁ।

 

ଏବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା।

ଯାଜପୁର ଖରସ୍ରୋତା ନଦୀର ରାଜଘାଟ ନିକଟରେ ଲୋକେ ମାଛ ଧରିବା ପାଇଁ ନଦୀରେ ବନ୍‌ସି ପୋତିଥିଲେ। ରାତି ପାହିବାମାତ୍ରେ ନଈକୂଳକୁ ଆସି ଦେଖିଲା ବେଳକୁ ସେଥିରେ ମାଛ ନୁହେଁ ବରଂ ପଡ଼ିଛି ୩ଫୁଟ ଲମ୍ବର କୁମ୍ଭୀର।

ପ୍ରଥମେ ତ ସମସ୍ତେ ଟିକେ ଡରିଯାଇଥିଲେ। କିନ୍ତୁ ପରେ ଖବର ଜଣାପଡ଼ିବା ପରେ କୁମ୍ଭୀର ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି। ୩ଫୁଟ ଲମ୍ବର ଏହି କୁମ୍ଭୀରଟି ବନ୍ୟା ପାଣିରେ ପଳାଇ ଆସିଥିବା ଅନୁମାନ କରାଯାଉଛି। ଏପଟେ କିନ୍ତୁ ପ୍ରଥମଥର ନଦୀରୁ କୁମ୍ଭୀର ବାହାରିବା ପରେ ନାନା ଆଶଙ୍କାରେ ଭୟଭୀତ ହୋଇଯାଇଛନ୍ତି ନଈକୂଳିଆ ଲୋକେ।

You might also like