ଅଭିଷେକଙ୍କ ଜୀବନ ରକ୍ଷା ଲାଗି ସହାୟତା କରିବାକୁ ସ୍ତ୍ରୀର ଆକୁଳ ନିବେଦନ

ଭୁବନେଶ୍ୱର: ଇକମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ଭଦ୍ରକ ବାସୁଦେବପୁର ଅଞ୍ଚଳର ସଙ୍କଟାପନ୍ନ ଯୁବକ ଅଭିଷେକ ମହାପାତ୍ର। ହେଲେ ସେ ଦିଗରେ କିନ୍ତୁ ଅର୍ଥ ସାଜିଛି ବିରାଟ ପ୍ରତିବନ୍ଧକ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ପରିବାର ଲୋକଙ୍କୁ ଶୀଘ୍ର ପ୍ରାଣରକ୍ଷକ ଇକ୍‌ମୋ ଚିକିତ୍ସା ପଦ୍ଧତି ଆପଣାଇବାକୁ ଶେଷବାଣୀ ଶୁଣାଇ ସାରିଲେଣି ଡାକ୍ତର। ହେଲେ ଅଭିଷେକଙ୍କୁ ଏୟାରଲିଫ୍ଟିଂ ପାଇଁ ଦରକାର ପାଖାପାଖି ୩୦ଲକ୍ଷ ଟଙ୍କା। ଆଉ କିଛି ସମୟ ପରେ ଅଭିଷେକଙ୍କୁ ଏୟାରଲିପ୍ଟିଂ କରାଯିବ। ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋଲକାତା ସ୍ଥାନାନ୍ତରଣ କରାଯିବ।

ଏଣେ ମାତ୍ର ୩୩ ଦିନ ତଳେ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିବା ଅଭିଷେକ କିନ୍ତୁ ଯେଉଁଭଳି ଜୀବନ ଯୁଦ୍ଧରେ ସଂଗ୍ରାମରତ, ତାକୁ ଦେଖି ସହ୍ୟ କରିପାରୁନାହାନ୍ତି ନବ ବିହାହିତା ପତ୍ନୀ ମୌସୁମୀ। ଅଭିଷେକଙ୍କ ମାଆ ବି ପୁଅର ଜୀବନ ରକ୍ଷା ଲାଗି ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରାର୍ଥନା କରୁଛନ୍ତି। ଏପଟେ ସହାୟତା ଯୋଗାଡ଼ କରି ତାଙ୍କୁ ତୁରନ୍ତ ଭଲ ଚିକିତ୍ସା ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଭିଷେକ ବନ୍ଧୁ ଗୋଷ୍ଠୀ।

ଅଭିଷେକଙ୍କୁ ସହାୟତା ଲାଗି ହାତ ବଢାଇଛି କଟକ ମାଲଗୋଦାମ ବଣିକ ସଂଘ ଅଭିଷେକ ମହାପାତ୍ରଙ୍କ ଚିକିତ୍ସା ଲାଗି କଟକ ମାଲଗୋଦାମ ବଣିକ ସଂଘ ପକ୍ଷରୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ଲାଗି ଆଗେଇ ଆସିଛି ମାଲଗୋଦାମ ବଣିକ ସଂଘ। ଏଭଳି ଅମସୟରେ ଅଭିଷେକଙ୍କ ଚିକିତ୍ସା ଲାଗି ସମସ୍ତ ବ୍ୟବସାୟୀ ସଂଘ ଆଗକୁ ଆସି ସହାୟତା କରିବାକୁ ବଣିକ ସଂଘ ପକ୍ଷରୁ ନିବେଦନ କରାଯାଇଛି।

ଅଭିଷେକଙ୍କ ସହାୟତା ପାଇଁ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା। ଗତକାଲି ରାନୀ ନିଜେ ଅଭିଷେକଙ୍କ ପତ୍ନୀଙ୍କୁ ସାକ୍ଷାତ କରିଥିଲେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

You might also like