ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁସିମ୍ ଆହତ

ସମ୍ବଲପୁର: ସମ୍ବଲପୁରରେ ଏନ୍‌କାଉଣ୍ଟର। ଧନୁପାଲି ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍‌ ସହ ଗୁଳି ବିନିମୟରେ କୁଖ୍ୟାତ ଅପରାଧୀ ମୁସିମ୍‌ ଅଖତାର ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆଜି ଭୋର ୫ଟା ୨୦ ମିନିଟ୍‌ରେ ସିଟି ଷ୍ଟେସନ୍‌ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ସିଟି ଷ୍ଟେସନ ନିକଟରେ ମୁସିମ୍‌ ବୁଲାବୁଲି କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଧନୁପାଲି ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍ ଟିମ୍‌ ଷ୍ଟେସନରେ ଚଢ଼ାଉ କରିଥିଲେ। ଏହି ସମୟରେ ହଠାତ୍ ମୁସିମ୍‌ ପୁଲିସ୍‌ ଉପରକୁ ପାଲଟା ଗୁଳି ଚଳାଇଥିଲା। ଯାହାର ଜବାବରେ ପୁଲିସ୍‌ ମୁସିମ୍‌କୁ ଏନ୍‌କାଉଣ୍ଟର କରିଥିଲା। ମୁସିମ୍‌ର ପାଲଟା ଗୁଳିରେ ଜଣେ ଏଏସ୍‌ଆଇ ଆହତ ହୋଇଛନ୍ତି।

ମୁସିମ୍ ନିକଟରୁ ପୁଲିସ୍‌ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଗୋଟିଏ ଗୁଳି ଓ ୪ହଜାର ଟଙ୍କା ଜବତ କରିଛି। ତା’ ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି।

ଆହୁରି ପଢ଼ନ୍ତୁ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

You might also like