ପୁଣି ଚୌଦ୍ୱାରରେ ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଆହତ

କଟକ: କଟକ ଚୌଦ୍ୱାର ଅଞ୍ଚଳରେ ପୁଣି ପୁଲିସ୍‌ର ଏନ୍‌କାଉଣ୍ଟର। ଚୌଦ୍ୱାର ଥାନା ପୁଲିସ୍‌ର ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି। ଆଜି ଭୋର ସମୟରେ ଏହି ଏନ୍‌କାଉଣ୍ଟର ହୋଇଛି।

ମୁନାର ବାମପଟ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ମୁନା ନିକଟରୁ ବନ୍ଧୁକ, ଜୀବନ୍ତ ଗୁଳି ଓ ମୋଟରସାଇକେଲ୍‌ ଜବତ କରିଛି।

ଗତ ୨୪ ତାରିଖ ଦିନ ଗୁରୁଡ଼ିଝାଟିଆ ଲୁଟ୍ ଘଟଣାରେ ମୁନା ଦେହୁରୀ ସଂପୃକ୍ତ ଥିବା ଜଣାପଡ଼ିଛି। ତା’ନାଁରେ ବିଭିନ୍ନ ଥାନାରେ ପାଖାପାଖି ୧୨ଟି ଅପରାଧିକ ମାମଲା ରହିଛି।

ସୂଚନାଥାଉ କି, ଗତକାଲି ଟାଙ୍ଗୀ-କପିଳାସ ରୋଡ୍‌ରେ ଚୌଦ୍ୱାର ଥାନା ପୁଲିସ୍‌ ଅପରାଧୀ ଜିତୁ ଓରଫ୍ ଅଜୟ ସାହୁକୁ ଏନକାଉଣ୍ଟର୍ କରିଥିଲା।

You might also like