କୁଖ୍ୟାତ ଅପରାଧୀର ପାପରେ ସାମିଲ୍‌ ଥିଲା ତା ଗାର୍ଲଫ୍ରେଣ୍ଡ

କଟକ: ଅପରାଧ ଦୁନିଆରେ ନିଜର ପତିଆରା ଜାରି ରଖିଥିବା କୁଖ୍ୟାତ ଅପରାଧୀ ଅଜୟ ଗତକାଲି ପୁଲିସ୍ ଏନକାଉଣ୍ଟରେ ଆହତ ହୋଇଛି। କିନ୍ତୁ ଏହାପରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ପୁଲିସକୁ ଆଶ୍ଚର୍ଯ୍ୟ କରିଛି। କାରଣ ଅପରାଧ ଦୁନିଆର ଅନ୍ଧାର ଗଳିରେ ସି ଏକା ହଜିନି, ବରଂ ତା ସହିତ ଅଛନ୍ତି ତା ପ୍ରେମିକା, ଜନ୍ମକଲା ମାଆ ଓ ଭଉଣୀ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୂରା ପରିବାର ଅପରାଧର ନେଟଓ୍ୱର୍କରେ ସାମିଲ ଥିଲେ। ଅଜୟର ଅପରାଧରେ ଅଂଶୀଦାର ଅଛନ୍ତି ତା ଗାର୍ଲଫ୍ରେଣ୍ଡ, ମାଆ ଓ ଭଉଣୀ।

ଏହା ଜାଣିବା  ପରେ ପୁଲିସ ଅଜୟର ମାଆ, ଭଉଣୀ ଓ ଗାର୍ଲଫ୍ରେଣ୍ଡକୁ ଗିରଫ କରିଛି। ଅଜୟକୁ ସହଯୋଗ କରୁଥିବା ଅଭିଯୋଗରେ ଏ ସମସ୍ତଙ୍କୁ ପୁଲିସ ଗିରଫ କରିଥିବା କହିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂହ।  ଅଜୟ ଯାହାସବୁ ଲୁଟ୍ କରୁଥିଲା ଏମାନେ ତାକୁ ବିକ୍ରିବଟା କରୁଥିଲେ। ସେପ୍ଟେମ୍ବର ୨୪ରେ ଗୁରୁଡ଼ିଝାଟିଆରେ ହୋଇଥିବା ଲୁଟ୍ ଓ ହତ୍ୟା ଘଟଣାରେ ଅଜୟ ସଂପୃକ୍ତ ଥିଲା ଏନ୍‌କାଉଣ୍ଟର ପରେ ଅଜୟକୁ ଜେରା କରିବାରୁ ଏ ସୂଚନା ମିଳିଥିବା କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।

You might also like