ରାଜ୍ୟରେ ଅପରାଧର ମାତ୍ରା କମିଛି: ଅଭୟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ପୋଲିସ ଡିଜି ଅଭୟ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ମିଳନୀକୁ ସମ୍ବୋଧନ କରି ଅଭୟ କହିଛନ୍ତି ଯେ, ୨୦୨୦ରେ ପୋଲିସ ବାହିନୀ ଭଲ ଭାବେ କରୋନା ମୁକାବିଲା କରିଛି। କରୋନା ସହ ଲଢ଼େଇରେ ୪୭ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି। ଏହାସହ ୯୦୦ରୁ ଅଧିକ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ଏହାସହ ଚଳିତ ବର୍ଷ ମାଓ ମୁକାବିଲା କ୍ଷେତ୍ରରେ ପୋଲିସକୁ ସଫଳତା ମିଳିଛି ବୋଲି ଅଭୟ କହିଛନ୍ତି। ଚଳିତ ବର୍ଷ ୧୭ ଜଣ ମାଓବାଦୀ ପ୍ରାଣ ହରାଇଥିବାବେଳେ ୨୧ ଜଣ ଆତ୍ମସମର୍ପଣ କରିଛନ୍ତି ବୋଲି ଡିଜିପି କହିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ପୋଲିସ ସ୍ଥିତି ଜାହିର କରିପାରିଛି। ସେହିପରି ରେକର୍ଡ ପରିମାଣର ଗଞ୍ଜେଇ ଓ ବ୍ରାଉନସୁଗାର ଜବତ କରାଯାଇଛି। କେବଳ ଏତିକି ନୁହେଁ ରାଜ୍ୟରେ ଅପରାଧର ମାତ୍ରା କମିଛି ବୋଲି ଡିଜିପି କହିଛନ୍ତି।

ମାଓ ମୁକାବିଲାକୁ ନେଇ ପୂର୍ବରୁ କଣ କହିଥିଲେ ଡିଜିପି:-

କିଛି ଦିନ ତଳେ କନ୍ଧମାଳରେ ମାଓ ମୁକାବିଲା ପୋଲିସ ଡିଜି ଅଭୟ ସମୀକ୍ଷା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ମୁଖ୍ୟସ୍ରୋତକୁ ଆସନ୍ତୁ, ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% ରହିଛନ୍ତି। ସେମାନଙ୍କୁ ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ଡିଜିପି ଆହ୍ୱାନ ଦେଇଥିଲେ। କିଛି ଦିନ ତଳେ କନ୍ଧମାଳରେ ମାଓବାଦୀ-ପୋଲିସ୍ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିଲେ।

ଗଂଜେଇ ଜବତକୁ ନେଇ ପୂର୍ବରୁ କଣ କହିଥିଲେ ଡିଜିପି:-

ଚଳିତବର୍ଷ ରେକର୍ଡ ପରିମାଣରେ ଗଞ୍ଜେଇ ଜବତ କରିଛି ପୋଲିସ। ଜାନୁଆରୀରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୧ ହଜାର ୫୪ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଛି। ଗଂଜେଇ ଚାଷ ଠାବ କରିବାକୁ ଇସ୍ରୋ ସହାୟତା କରୁଛି। କେଉଁଠି ଚାଷ ହେଉଛି ସେନେଇ ଇସ୍ରୋ ସାଟେଲାଇଟ୍‌ରୁ ତଥ୍ୟ ମିଳିପାରୁଛି। ତେବେ ଗଂଜେଇ ଅପେକ୍ଷା ଅଫିମ ଚାଷକୁ ଭଲ ଠାବ କରୁଛି ଇସ୍ରୋ। ଏନେଇ ସୂଚନା ଦେଇଥିଲେ ପୋଲିସ ଡିଜି ଅଭୟ। ଗତ ୧୦ ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି ୩୧୨ କୁଇଣ୍ଟାଲ ସିଜ୍ ହେଉଛି ଗଞ୍ଜେଇ। ଗତ ୫ ବର୍ଷର ହାରାହାରି ଦେଖିଲେ ବର୍ଷକୁ ୪୧୪ କୁଇଣ୍ଟାଲ ଗଞ୍ଜେଇ ସିଜ୍ ହୋଇଛି।

 

You might also like