ଝିଅ ଯୋଗାଇ ଦେବାକୁ କହି ଲୁଟି ନେଲେ ସର୍ବସ୍ୱ

ଭୁବନେଶ୍ୱର: ଲୁଟ୍‌ର ନୂଆ ଫଣ୍ଡା। ଝିଅ ମୋହ ଦେଖାଇ ଲୁଟି ନେଲେ ଟଙ୍କା, କାର ଓ ମୋବାଇଲ ଫୋନ। ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏ ଘଟଣା। ଝିଅ ମୋହ ଦେଖାଇ କିଛି ଦୁର୍ବୃତ୍ତ ଠିକାଦାରଙ୍କୁ ଲୁଟ୍ କରିଥିବା ଜଣାପଡିଛି।

ତାଳଚେରର ଜଣେ ଠିକାଦାରଙ୍କୁ ଭୁବନେଶ୍ୱର ଡକାଇ ଲୁଟ୍ କରିଛନ୍ତି। ଗୋଟିଏ ଘରେ ପୂରାଇ ମାଡ଼ ମାରି କାର, ଟଙ୍କା, ମୋବାଇଲ୍ ଲୁଟି ନେଇଛନ୍ତି। ଘଟଣାକୁ ନେଇ ସମ୍ପୃକ୍ତ ଠିକାଦାର ଖଣ୍ଡଗିରି ଥାନାରେ ଏତଲା କରିଥିଲେ। ଏତଲା ଆଧାରରେ ୨ ଜଣଙ୍କୁ ଗିରଫ କରିଛି। ପୋଲିସ ମମଲାରେ ୩ ଜଣ ଫେରାର ହୋଇଯାଇଛନ୍ତି।

You might also like