ବଢ଼ିଲା ନାବାଳିକାଙ୍କ ସୁରକ୍ଷା ଚିନ୍ତା ; ବିଚ୍ ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ

ଭୁବନେଶ୍ୱର : ଅସୁରକ୍ଷିତ ରାଜଧାନୀ। ଖାସ୍ କରି ମହିଳା ଓ ନାବାଳିକାଙ୍କ ପାଇଁ ସୁରକ୍ଷିତ ନୁହେଁ ରାଜଧାନୀର ରାସ୍ତାଘାଟ। ଛୋଟ ଛୋଟ ଝିଅଙ୍କୁ ଏକୁଟିଆ ସ୍କୁଲ କିମ୍ବା ଟିଉସନ ଛାଡୁଥିଲେ ସାବଧାନ। କାରଣ ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ଯୌନ ପିପାସୁ। ଗତ ୨୧ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା। ସାଇକେଲ୍‌ରେ ଟ୍ୟୁସନ ଯାଉଥିବା ଜଣେ ଛାତ୍ରୀକୁ ବିଚ୍ ରାସ୍ତାରେ ଅସଦାଚରଣ କରିଛି ଯୌନ ପିପାସୁ।

ଦୁର୍ବୃତ୍ତର ଏହି କଳା କାରନାମା ସିସିଟିଭିରେ କଏଦ୍ ହୋଇଛି। ଦୀର୍ଘ ସମୟ ଧରି ଝିଅଟିକୁ ପିଛା କରିବା ସହ ମଝିରେ ମଝିରେ ତା ସହିତ ଆଳ ଦେଖାଇ କଥାବାର୍ତ୍ତା ବି କରୁଛି ଏହି ଦୁର୍ବୃତ୍ତଟି। ଆଉ ଶେଷରେ ତା ପ୍ରତି ଅସଦାଚରଣ କରି ଗାଏବ୍ ହୋଇଯାଉଛି। ତେବେ ଘଟଣାକୁ ୬ ଦିନ ବିତି ଯାଇଥିଲେ ବି ପୁଲିସ ଅଭିଯୁକ୍ତର ଟେର୍ ନପାଇବା ନେଇ ପ୍ରଶ୍ନ ଉଠାଇଛି ନାବାଳିକାଙ୍କ ପରିବାର।

ସିସିଟିଭି ଫୁଟେଜ୍‌ରେ ଅଭିଯୁକ୍ତ ସ୍ପଷ୍ଟ ଭାବେ ଦେଖାଯାଉଛି। ତା ଗାଡ଼ିର ନମ୍ବରପ୍ଲେଟ୍ ମଧ୍ୟ ଦୃଶ୍ୟମାନ ହେଉଛି। ଏଭଳି ସ୍ଥଳେ ଅଭିଯୁକ୍ତ ପାଖରେ କାହିଁକି ପହଞ୍ଚି ପାରୁନି ପୁଲିସ? ଅଭିଯୁକ୍ତ ଜଣେ ପ୍ରଭାବଶାଳୀ ବ୍ୟକ୍ତି ନୁହନ୍ତି ତ ?  ତାଙ୍କୁ ସୁରକ୍ଷା ଦେବା ଲାଗି ପୁଲିସ ଉପରେ ଚାପ ପଡୁ ନାହିଁତ ?

ଅଭିଯୁକ୍ତ ବିରୁଦ୍ଧରେ ଆଇପିସି  ଧାରା ୩୪୧, ୩୨୩, ୩୫୪ଏ ଓ ପକସୋ ଆଇନ ଲଗାଇ ତଦନ୍ତ କରୁଛି କମିଶନରେଟ ପୁଲିସ।

You might also like