• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ସୁନ୍ଦରଗଡ଼: ସୁନ୍ଦରଗଡ଼ ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୂରା ମାମଲାକୁ ନେଇ ସ୍ୱତନ୍ତ୍ର ଭାବେ କ୍ରାଇମବ୍ରାଞ୍ଚ ଏକ ଟିମ୍ ଗଠନ କରିଛି। ଏହି ଟିମ୍‌ ଘଟଣାର ଖୋଲତାଡ଼ କରିବ ବୋଲି ମହାନିର୍ଦ୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ମିଳିବା ପରେ ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଟିମ୍ ସୁନ୍ଦରଗଡ଼ ଯାଇଛି। ଏ ନେଇ ଡିଜିପି ଟ୍ୱିଟ୍ କରି କହିଛନ୍ତି।

ଏହି ମାମଲାରେ ଜଣେ ପୋଲିସ୍ ଅଧିକାରୀଙ୍କ ନାଁରେ ଅଭିଯୋଗ ଆସିଛି । ତେଣୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ADG ସୌମେନ୍ଦ୍ର ପ୍ରୀୟଦର୍ଶୀ।

ଆଜି କ୍ରାଇମବ୍ରାଞ୍ଚ ଏସ୍‌ପି ମଧ୍ୟ ଗସ୍ତ କରି ଘଟଣାର ତଦନ୍ତ କରିବେ। ସୂଚନାଥାଉ କି, ଏହା ପୂର୍ବରୁ ଘଟଣା ପାଇଁ ଦାୟୀ କରି ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ନିଲମ୍ବନ କରାଯାଇଛି ।

ସୂଚନାଥାଉ କି, ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଓ ଡାକ୍ତରଙ୍କ ସମେତ ୬ ଜଣଙ୍କ ନାଁରେ  ସୁନ୍ଦରଗଡ଼ ଡିସିପିଓ ରାଏବଗା ଥାନାରେ ଏତଲା ଦେଇଛନ୍ତି। ନିଲମ୍ବିତ ଆଇଆଇସି ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ପୁଲିସ୍‌ ଧରିବାରେ ସକ୍ଷମ ହୋଇ ନାହିଁ। ଏଥିସହ ଏହି ଘଟଣାରେ ଜଡ଼ିତ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଏ ପର୍ଯ୍ୟନ୍ତ  ପୁଲିସ୍ ଧରିପାରି ନାହିଁ।

 

 

 

Crime-branch-will-probe-biramitrapur-minor-girle-rape-case
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories