ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ କରିବ। ବୋର୍ଡ ପକ୍ଷରୁ ଚିଠି ଲେଖାଯିବା ପରେ ଆଜି କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିପାରେ।
ଅଧିକାରୀମାନେ ବୋର୍ଡ ଅଫିସକୁ ଯାଇ ପଚରାଉଚରା କରିପାରନ୍ତି। କେଉଁଠୁ ପ୍ରଶ୍ନପତ୍ର ଲିକ୍ ହୋଇଛି, କେମିତି ଲିକ୍ ହୋଇଛି, ଏହା ପଛରେ କିଏ ଅଛି, ଏସବୁକୁ ନେଇ କ୍ରାଇମ୍ବ୍ରାଞ୍ଚ୍ ତନାଘନା କରିବ।
ଗତକାଲି OTET ପରୀକ୍ଷା ପୂର୍ବରୁ ହିଁ ସୋଶାଲ ମିଡିଆରେ ପ୍ରଶ୍ନପତ୍ରର ଫଟୋ ଭାଇରାଲ୍ ହୋଇଥିଲା। ଏହା ପରେ ପରୀକ୍ଷାକୁ ବାତିଲ୍ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।