ପିପିଲି ମାମଲା: ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ। ପବ୍ଲିକ ପ୍ରସିକ୍ୟୁସନ୍‌ ନିର୍ଦ୍ଦେଶକଙ୍କ ଜରିଆରେ କ୍ରାଇମବ୍ରାଞ୍ଚ୍ ହାଇକୋର୍ଟ ଯିବ ବୋଲି କ୍ରାଇମବ୍ରାଞ୍ଚ୍ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ମାମଲାରେ ଢିଲା ତଦନ୍ତ ହୋଇଥିବା ଓ କ୍ରାଇମବ୍ରାଞ୍ଚର ବିଫଳତାକୁ ନେଇ ପ୍ରଶ୍ନ ଉଠିବାରୁ ଏଡିଜି କହିଛନ୍ତି ଘଟଣାର ତଦନ୍ତ ଠିକ୍‌ ଭାବେ କରାଯାଇଥିଲା। ସରକାରୀ ଓକିଲ ବି ପ୍ରତି ପଏଣ୍ଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ।

ଏପଟେ ମାମଲାକୁ ଉପର କୋର୍ଟକୁ ନେବା ପାଇଁ ଯଥେଷ୍ଟ ଆଧାର ଥିବା ସରକାରୀ ଓଲିଲ ଦର୍ଶାଇ ଥିବାରୁ କ୍ରାଇମବ୍ରାଞ୍ଚ୍ ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଉଥିବା ଏଡିଜି କହିଛନ୍ତି।

You might also like